ରାଜନୈତିକ ଫାଇଦା ନେବାକୁ ବିଜେପିର ଅପଚେଷ୍ଟା : ନିରଞ୍ଜନ

ଭୁବନେଶ୍ୱର : ଅଟଳଜୀଙ୍କ ଅସ୍ଥିକୁ ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ନେବାକୁ ଅପଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟ୍ଵିଟ୍‌ କରି ସେ କହିଛନ୍ତି, ଏପରି କାମ ନିଶ୍ଚିତ ଲଜ୍ଜାଜନକ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିିଥିବା କିଛି ବିଜେପି ନେତାଙ୍କୁ ଦେଖିଲେ ଲାଗୁଥିଲା ଯେପରି ସେମାନେ ଶୋକସଭାକୁ ଆସି ନାହାନ୍ତି, ପିକ୍‌ନିକ୍‌ କରୁଛନ୍ତି। ଏମିତି ଦୃଶ୍ୟ ଦେଖିଲେ ବାଜପେୟୀଙ୍କ ପରିବାର ନିଶ୍ଚିତ ଯନ୍ତ୍ରଣା ପାଇବେ।

ସମ୍ବନ୍ଧିତ ଖବର