ଏକକାଳୀନ ନିର୍ବାଚନର ପ୍ରଶ୍ନ ଉଠୁନାହିଁ : ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କରିବା ସମ୍ଭାବନା ଆଦୌ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି.ରାଓ୍ଵତ । ଏକ ଆଇନଗତ ଢାଞ୍ଚା ଅଭାବରେ ଏପରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ମାହାରାଷ୍ଟ୍ରର ଔରଙ୍ଗାବାଦଠାରେ ସାମ୍ବାଦିକମାନଙ୍କୁ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ । କେବଳ ଏତିକି ନୁହେଁ ଏଥିପାଇଁ କେତେକ ବ୍ୟବହାରିକ ପ୍ରତିବନ୍ଧକ ରହିଛି । ଏକାସହିତ ନିର୍ବାଚନ କରିବା ପାଇଁ ବିପୁଳ ପରିମାଣର ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଓ ଭିଭିପ୍ୟାଟ ଆବଶ୍ୟକ । କିନ୍ତୁ ଏତେ ପରିମାଣର ମେସିନ ଏତେ କମ ସମୟ ମଧ୍ୟରେ ଯୋଗାଡ଼ କରିବା କଷ୍ଟକର । ଏହା ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ସରକାର ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର