‘ବିଜେପିକୁ ମୁସ୍‌ଲିମ୍‌ ସଂପ୍ରଦାୟ ବିଶ୍ୱାସ କରୁ ନଥିବାରୁ ଦଳ ମୁସଲମାନଙ୍କୁ ପ୍ରାର୍ଥୀ କରୁନାହିଁ’; ବିଜେପି ନେତାଙ୍କ ବୟାନକୁ ନେଇ ଅଡୁଆରେ ଦଳ

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦେଶର ରାଜନୀତି ସରଗରମ ଥିବାବେଳେ କର୍ଣ୍ଣାଟକର ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କେ ଏସ୍‌ ଈଶ୍ୱରଆପ୍ପାଙ୍କ ଏକ ବୟାନ ସୃଷ୍ଟି କରିଛି ରାଜନୈତିକ ବିତର୍କ। ଖାଲି ଏତିକି ନୁହେଁ ବିଜେପି ନେତା ଈଶ୍ୱରଆପ୍ପାଙ୍କ ଏହି ଦଳକୁ ମଧ୍ୟ ଏକ ଅଡ଼ୁଆ ପରିସ୍ଥିତି ମଧ୍ୟକୁ ଠେଲି ଦେଇଛି।

କର୍ଣ୍ଣାଟକର କୋପାଲ ଠାରେ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ କର୍ଣ୍ଣାଟକର ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କେ ଏସ୍‌ ଈଶ୍ୱରଆପ୍ପା କହିଛନ୍ତି, ‘ଆମ ଦଳ ବିଜେପିକୁ ମୁସ୍‌ଲିମ୍‌ ସଂପ୍ରଦାୟ ବିଶ୍ୱାସ କରୁନାହିଁ। ସେଥିପାଇଁ ବିଜେପି ନିର୍ବାଚନରେ କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରୁନାହିଁ। ଥରେ ବିଜେପିକୁ ବିଶ୍ୱାସ କରି ଦେଖ; ଆମେ ତୁମକୁ ନିର୍ବାଚନରେ ଲଢ଼ିବା ପାଇଁ ଦଳୀୟ ଟିକେଟ ଠାରୁ ଆରମ୍ଭ କରି ସବୁ କିଛି ପ୍ରଦାନ କରିବୁ। କଂଗ୍ରେସ୍‌ ଦଳ ତୁମ ସଂପ୍ରଦାୟକୁ ତା’ର ଭୋଟ ବ୍ୟାଙ୍କ୍‌ ରୂପେ ବ୍ୟବହାର କରୁଛି; ହେଲେ ପ୍ରତିଦାନରେ ତୁମମାନଙ୍କୁ କିଛି ବି ହେଲେ ଦେଉନାହିଁ’; ବୋଲି ମୁସଲମାନ ସଂପ୍ରଦାୟକୁ ନିଜ ଭାଷଣରେ କହିଛନ୍ତି ବିଜେପି ନେତା ଈଶ୍ୱରଆପ୍ପା। କର୍ଣ୍ଣାଟକର ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କେ ଏସ୍‌ ଈଶ୍ୱରଆପ୍ପାଙ୍କ ଏହି ଭାଷଣ ଏବେ ସୃଷ୍ଟି କରିଛି ରାଜନୈତିକ ବିତର୍କ।

ସମ୍ବନ୍ଧିତ ଖବର