ମୁମ୍ବାଇ: ବିଭିନ୍ନ ସମୟରେ ବିଭିନ୍ନ କଥାକୁ ନେଇ ପୂର୍ବରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି ଅଭିନେତ୍ରୀ ନୁସ୍ରତ ଜହାଁ। ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଦେଇଥିବା କିଛି ଫଟୋ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୁସ୍ରତ ବେଲୁନ୍ ବିକ୍ରି କରୁଥିବା ଜଣେ କୁନି ପିଲା ସହ ଫଟୋ ଉଠାଇ ତାଙ୍କ ଇନ୍ଷ୍ଟାରେ ପୋଷ୍ଟ୍ କରିବା ପରେ ପ୍ରଶଂସକମାନେ ପୋଷ୍ଟ୍ଟିକୁ ଖୁବ୍ ପସନ୍ଦ କରିଛନ୍ତି।
ତ୍ରୁଣମୂଳ କଂଗ୍ରେସ ସାଂସଦଙ୍କର ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଲୋକଙ୍କ ମନ ଜିଣିଛି। ଫଟୋରେ ଦେଖିବାକୁ ମିଳିଛି ନୁସ୍ରତ ପିଲାଟିକୁ ଜୋର୍ରେ ଧରି ଚୁମ୍ବନ ଦେବା ସହ କ୍ୟାମେରାକୁ ଚାହିଁ ହସୁଛନ୍ତି।
ସେ ଫଟୋ ଦେଇ କ୍ୟାପ୍ସନ ଲେଖିଛନ୍ତି, ‘ମୋ ସପ୍ତାହର ଶେଷକୁ ସ୍ବତନ୍ତ୍ର ବନାଇଛି ଏହି ଦେଢ଼ ବର୍ଷର ପିଲା। ଯିଏକି ବେଲ୍ନ୍ ବିକ୍ରି କରୁଥିଲା। ସେ ନିଜେ ବେଲୁନ୍ଠାରୁ ରଂଗୀନ ଥିଲା।’ ନୁସ୍ରତଙ୍କର ଏହି ପୋଷ୍ଟ୍ରେ ଅନେକ ‘କିଉଟ୍’, ‘ଲଭ୍ଲି’ ଲେଖି କମେଣ୍ଟ୍ ଦେଇ ନୁସରତଙ୍କ ପ୍ରଶଂସା କରିଛନ୍ତି।
କେହି କେହି ନୁସରତଙ୍କୁ ନେଇ ଗର୍ବିତ ଅନୁଭବ କରନ୍ତି ବୋଲି ଲେଖିଥିବା ବେଳେ ଆଉ କେହି ତାଙ୍କର ଉଦାରତା ପାଇଁ ଭଗବାନ ତାଙ୍କୁ ସହାୟ ହୁଅନ୍ତୁ ବୋଲି ଲେଖିଛନ୍ତି।