୨୦୧୯ ସାଧାରଣ ନିର୍ବାଚନ : ଓଡ଼ିଶା ପାଇଁ ୫୦ ଆସନରେ ପ୍ରାର୍ଥୀ ଘୋଷଣା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଅଧିକ ତତ୍‌ପରତା ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ଅନ୍ୟୂନ ୫୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବ ବୋଲି ଜଣାପଡ଼ିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ପାଇଁ ଭିଡି ସାଥୀସାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିଛନ୍ତି। କମିଟିର ଅନ୍ୟ ୨ ସଦସ୍ୟ ହେଲେ ଜିତିନ ପ୍ରସାଦ ଓ ନୈଶାଦ ସୋଲାଙ୍କୀ।

ରାଜ୍ୟ ନିର୍ବାଚନ କମିଟିର ଅନୁମୋଦନ ଅନୁସାରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କର ନାମ ସ୍କ୍ରିନିଂ କମିଟିରେ ଯାଞ୍ଚ କରାଯିବ। ଏହାପରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ। ତେବେ, ସ୍କି୍ରିନିଂ କମିଟି ବୈଠକ କେବେ ବସିବ , ସେ ନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇନାହିଁ। ସମ୍ଭବତଃ ସପ୍ତାହକ ମଧ୍ୟରେ ବୈଠକ ବସିବ ବୋଲି ଅନୁମାନ କରାଯାଉଛି।
ଅନ୍ୟ ଏକ ସୂଚନା ଅନୁସାରେ, ଆବଶ୍ୟକ ପଡ଼ିଲେ ଭୁବନେଶ୍ୱରଠାରେ ସ୍କ୍ରିନିଂ କମିଟିର ବୈଠକ ବସିବ। ଟିକଟ ଚୟନ ନେଇ ବୈଠକର ଚୂଡ଼ାନ୍ତ ମତାମତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇବ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଚଳିତ ମାସରେ ରାହୁଲ୍‌ ସମ୍ଭାବ୍ୟ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରଖିଛନ୍ତି। କଟକ ଓ ଭୁବନେଶ୍ୱରରେ ରାହୁଲ୍‌ ଜନସମାବେଶକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ରାହୁଲ୍‌ ଏବେ କୈଳାସ ଯାତ୍ରାରେ ଅଛନ୍ତି। ସେପ୍ଟେମ୍ବର ୧୩ରେ ଯାତ୍ରାରୁ ଫେରିବା ପରେ ତାଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।

ସମ୍ବନ୍ଧିତ ଖବର