କଂଗ୍ରେସ ନେତା ଏକତ୍ର ହୋଇ କାମ କଲେ ଓଡ଼ିଶା ହସିବ: ନିରଞ୍ଜନ ପଟ୍ଟନାୟକ

ଓଡ଼ିଶା ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ନେବା ପରେ ନିରଞ୍ଜନ ପଟ୍ଟାନୟକ ଦଳକୁ ମଜଭୁତ କରିବା ପାଇଁ ଯୋରଦାର ଉଦ୍ୟମ କରିଛନ୍ତି। ସଭାପତି ଦାୟିତ୍ୱ ନେବା ପରେ ନିରଞ୍ଜନ ପଟ୍ଟନାୟକ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଦଳୀୟ ନେତା ଏକତ୍ର ହୋଇ କାମ କଲେ କଂଗ୍ରେସ ଲୋକମାନଙ୍କ ଆସ୍ଥା ଭାଜନ ହୋଇ ପାରିବ। ଏପରି ହେଲେ କଂଗ୍ରେସ ଉଠିବ ଓ ଓଡ଼ିଶା ହସିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ବିରୋଧୀ ଦଳର କାର୍ଯ୍ୟଶୈଳୀକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଯୋଗୁଁ ରାଜ୍ୟର ଯୁବକମାନେ ଚାକିରି ପାଉ ନାହାନ୍ତି। ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଛନ୍ତି। ବେକାରୀ ବଢୁଛି। ଆଦିବାସୀ ଦଳିତ ନିଷ୍ପେସିତର ଶିକାର ହେଉଛନ୍ତି। ମହିଳାମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି।

ପସିସି ସଭାପତି ହେବା ପରେ ନିରଞ୍ଜନ ଗୋଟିଏ ପରେ ଗୋଟିଏ ବୈଠକ କରିଛନ୍ତି। ବୈଠକରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥି ସହିତ ସେ ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତ୍ତାଙ୍କ ସହ ବି ଦଳକୁ ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ନିରଞ୍ଜନ ତୃଣମୂଳସ୍ତରରେ ମଜଭୁତ କରିବାକୁ ସମସ୍ତ ବିଧାୟକ ଓ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ ନିରଞ୍ଜନ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର