ଓଡ଼ିଶା ପିସିସି ପରିବର୍ତନ ନେଇ ପୁଣି ଚର୍ଚା

ନୂଆଦିଲ୍ଲୀ : ଗତକାଲି ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ସଭାପତି ଭାବେ ପୂର୍ବତନ ଆଇପିଏସ୍‌ ଅଫିସର ଅଜୟ କୁମାରଙ୍କୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ପରେ ଓଡ଼ିଶାରେ ପିସିସିର ସମ୍ଭାବ୍ୟ ପରିବର୍ତନ ନେଇ ପୁଣି ଚର୍ଚା ଆରମ୍ଭ ହୋଇଯାଇଛି। ୨୦୧୯କୁ ଦୃଷ୍ଟିରେ ରଖି ହାଇକମାଣ୍ଡ ଝାଡ଼ଖଣ୍ଡରେ ଯେଉଁ ଫର୍ମୁଲା ପ୍ରୟୋଗ କରିଛନ୍ତି ତାହା ଓଡ଼ିଶାରେ ମଧ୍ୟ ହୋଇପାରେ ବୋଲି କୁହାଯାଉଛି। ତେବେ ବିଜେପୁର ଉପନିର୍ବାଚନ ପୂର୍ବରୁ ଏସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାହୁଲ ଗାନ୍ଧୀ ଏସଂପର୍କରେ ସୋନିଆ ଗାନ୍ଧୀଙ୍କ ସହିତ ତିନି ରାଉଣ୍ଡ ଆଲୋଚନା କରି ସାରିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ପିସିସି ସଭାପତି ପରିବର୍ତନ ସଂପର୍କରେ ରାଜ୍ୟର ଦଳୀୟ ନେତାମାନଙ୍କ ସହିତ ମାରାଥନ ଆଲୋଚନା କରିଥିଲେ। ଏପରିକି ପରିସ୍ଥିତିର ଅନୁଧ୍ୟାନ ଲାଗି ତିନି ଜଣିଆ ପର୍ଯ୍ୟବେକ୍ଷକ ଟିମ୍‌କୁ ମଧ୍ୟ ଭୁବନେଶ୍ୱର ପଠାଇଥିଲେ।

ସମ୍ବନ୍ଧିତ ଖବର