ଆଗୁଆ ନିର୍ବାଚନ ପ୍ରସ୍ତୁତି ଆରମ୍ଭ : ଉତ୍ତରପ୍ରଦେଶରୁ ଓଡିଶା ଆସିବ ୧ ଲକ୍ଷରୁ ଅଧିକ ଇଭିଏମ୍‌

ଭୁବନେଶ୍ୱର : ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ଉତ୍ତରପ୍ରଦେଶରୁ ଓଡିଶା ଆସିବ ଇଭିଏମ୍‌। ରାଜ୍ୟକୁ ୧ ଲକ୍ଷରୁ ଅଧିକ ଇଭିଏମ୍‌ ଆଣିବାକୁ ପ୍ରସ୍ତୁତି କରାଯାଇଛି। ଇଭିଏମ୍‌ ଆଣିବାରେ ସହଯୋଗ ପାଇଁ ୨ ଜଣ ଓଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେମାନେ ହେଲେ ମନୋଜ ସ୍ୱାଇଁ ଏବଂ କୈଳାସ ଚନ୍ଦ୍ର ଦାସ। ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତୁତିରୁ ଅନୁମାନ କରାଯାଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ।

ଏହା ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ବୁଥ ପୁନର୍ଗଠନକୁ ନେଇ ବିଭିନ୍ନ ଜିଲ୍ଲାର ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନେଇ ବୈଠକ ବସିସାରିଛି। ୧୨ ହଜାର ୨ଶହ ଭିଭିପାଟ ମେସିନ ଓଡିଶା ଆସିସାରିଛି। ଏଥିସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିବା ଏବଂ ପ୍ରତି ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିବା ଘଟଣାରୁ ଆଗୁଆ ନିର୍ବାଚନର ଆଭାସ ମିଳିସାରିଛି। ସେପଟେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ନେଇ ପୂର୍ବରୁ ମୋଦି ସରକାରଙ୍କୁ ସମର୍ଥନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧିତ ଖବର