ଅଟକିଲା ମୋଦିଙ୍କ ବିଜୟ ରଥ : ୫ ରାଜ୍ୟ ନିର୍ବାଚନରେ ବିଜେପିର ପରାଜୟକୁ ନେଇ ପାକିସ୍ତାନରେ ଚର୍ଚ୍ଚା

ଭୁବନେଶ୍ୱର : ଭାରତର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପାକିସ୍ତାନରେ ବି ଚର୍ଚ୍ଚା ହେଉଛି । ବିଜେପିର ଏହି ପରାଜୟ ଫଳରେ ୨୦୧୯ ସାଧାରଣ ନିର୍ବାଚନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ନିର୍ବାଚନ ଜିତିବା କଷ୍ଟକର ହୋଇପଡିବ ବୋଲି ବିଭିନ୍ନ ପ୍ରମୁଖ ସମ୍ବାଦପତ୍ର ଖବର ପ୍ରକାଶ କରିଛନ୍ତି ।

ପ୍ରମୁଖ ପାକିସ୍ତାନୀ ସମ୍ବାଦପତ୍ର ଦ ଡନ କହିଛି ଯେ ଏସବୁ ବିଧାନସଭା ନିର୍ବାଚନରେ ହିନ୍ଦୁ ଜାତୀୟବାଦୀ ବିଜେପିର ପରାଜୟ ମୋଦିଙ୍କ ପ୍ରତି ଏକ ଶକ୍ତ ଧକ୍କା । ଏହି ଫଳାଫଳ ୨୦୧୯ରେ ପୁଣି ଜିତିବାକୁ ଲକ୍ଷ୍ୟ ରଖିଥିବା ମୋଦିଙ୍କ ବିରୋଧରେ ଏକ ଜନାଦେଶ ବୋଲି ଏହି ସମ୍ବାଦପତ୍ର କହିଛି ।


ଅନ୍ୟତମ ପାକିସ୍ତାନୀ ସମ୍ବାଦପତ୍ର ଦି ନେସନ କହିଛି ଯେ ଭାରତର ରାଜ୍ୟ ବିଧାନସଭା ନିର୍ବାଚନରେ ମୋଦିଙ୍କୁ ବଡ଼ ଧକ୍କା । ୫ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ବିଜେପି ହାତରୁ କ୍ଷମତା ଛଡାଇ ନେଇଛି । ଆଉ ଏକ ପାକିସ୍ତାନୀ ଖବରକାଗଜ ଦ ଏକ୍ସପ୍ରେସ ଟ୍ରିବ୍ୟୁନ କହିଛି ଯେ ରାଜ୍ୟ ବିଧାନସଭା ନିର୍ବାଚନ ମୋଦିଙ୍କ ବିଜୟ ରଥକୁ ଅଟକାଇ ଦେଇଛି । ନିଯୁକ୍ତି ସୁଯୋଗ ସୃଷ୍ଟି, ଚାଷୀମାନଙ୍କ ସମସ୍ୟା ସମାଧାନ କରିବାରେ ମୋଦିଙ୍କ ବିଫଳତା ଯୋଗୁଁ ବିଜେପି ପରାଜୟ ବରଣ କଲା ବୋଲି ଏହି ସମ୍ବାଦପତ୍ର କହିଛି ।

ସମ୍ବନ୍ଧିତ ଖବର