୨୦୧୯ରେ ନିର୍ବାଚନ ଲଢ଼ିବେ ନାହିଁ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ

ପାଟନା: ଯଦି ଆରଜେଡି ତାଙ୍କୁ ଟିକେଟ ଦିଏ ତେବେ ସେ ବାପାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ ଝିଅ ଘୋଷଣା କରଥିବା ବେଳେ ଆଗାମୀ ୨୦୧୯ ସଧାରଣ ନିର୍ବାଚନରେ ରାମ ବିଳାସ ପାଶ୍ଵାନ ଲଢ଼ିବେ ନାହିଁ ବୋଲି ଜଣାପଡ଼ିଛି। ବିଶେଷତଃ ସ୍ୱାସ୍ଥ୍ୟଗତ କାରଣ ରୁ ଶ୍ରୀ ପାଶ୍ୱାନ ନିର୍ବାଚନ ଲଢ଼ିବାକୁ ଅନିଛୁକ ଥିବା ଜଣାପଡ଼ିଛି। ତେଣୁ ତାଙ୍କ ହାଜିପୁର ଲୋକସଭା ଆସନରୁ ତାଙ୍କ ପୁଅ ଚିରାଗ ପାଶ୍ୱାନ ନିର୍ବାଚନ ଳଢ଼ିବେ ବୋଲି ସ୍ଥିର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ହାଜିପୁର ଲୋକସଭା ଆସନରୁ ବିଜୟୀ ହୋଇଥିିବା ରାମବିଳାସ ପାଶ୍ୱାନ ଏହି ଆସନରୁ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ରାମବିଳାସ ପାଶ୍ୱାନ ପ୍ରତ୍ୟେକ୍ଷ ଭାବେ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ନିର୍ବାଚିତ ହୋବା ପାଇଁ ଚାହୁଁଥିବା ତାଙ୍କ ନିକଟତମ ହଲରୁ ଜଣାପଡ଼ିଛି। ବିଶେଷ କରି ଆଗାମୀ ସାଧାଣର ନିବାଚନରେ ଦଳୀୟ ପ୍ରାର୍ଥୀଙ୍କ ସହିତ ନିଜ ପାଇଁ ପ୍ରଚାର କଲେ ତାଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇପାରେ ବୋଲି ଆଶଙ୍କା କରି ଶ୍ରୀ ପାଶ୍ୱାନ ଏହି ପରାମର୍ଶ ଦିଆଯାଇଥିବା ତାଙ୍କ ପୁଅ ଚିରାଗ ପାଶ୍ୱାନ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତବର୍ଷ ପାଶ୍ୱାନ ଇଂଲଣ୍ଡରେ ତାଙ୍କର ହାର୍ଟ ସର୍ଜରି କରାଇଥିଲେ। ତା ପର ଠାରୁ ସେ ବେଶି ସର୍ବସାଧାରଣ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି। ତେବେ ଶେଷ ମୁହୂର୍ତ୍ତରେ ପାଶ୍ୱାନ ନିର୍ବାଚନ ଳଢ଼ିବା ନେଇ ନିଷ୍ପତ୍ତି ନେବେ ବୋଲି ଚିରାଗ ପାଶ୍ୱାନ କହିଛନ୍ତି।

ସମ୍ବନ୍ଧିତ ଖବର