ବିଧାୟକ ନବ ଦାସ ମୁଖ୍ୟ ସଂଯୋଜକ

ବିଜେପୁର ଉପନିର୍ବାଚନ ପାଇଁ ପିସିସିର ପର୍ଯ୍ୟବେକ୍ଷକ ମଣ୍ଡଳୀ

ଭୁବନେଶ୍ୱର : ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ଏକ ୪ଜଣିଆ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠନ କରିଛନ୍ତି। ଏହି ପର୍ଯ୍ୟବେକ୍ଷକ ମଣ୍ଡଳୀର ମୁଖ୍ୟ ସଂଯୋଜକ ରୂପେ ଝାରସୁଗୁଡା ବିଧାୟକ ନବକିଶୋର ଦାସ ରହିଛନ୍ତି। ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ, ପ୍ରକାଶ ଚନ୍ଦ୍ର ଦେବତା ଏବଂ ପୂର୍ବତନ ବିଧାୟକ ସାଧୁଚରଣ ନେପାକ ଏହାର ସଦସ୍ୟ ରହିଛନ୍ତି। ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନନ୍ତ ଶୟନ ପାଢ଼ୀ ମୁଖ୍ୟ ସଂଯୋଜକ ଶ୍ରୀ ଦାସଙ୍କୁ ସହଯୋଗ କରିବେ। ପର୍ଯ୍ୟବେକ୍ଷକ ମଣ୍ଡଳୀ ଖୁବ୍‌ଶୀଘ୍ର ବିଜେପୁର ବିଧାନସଭା ଅନ୍ତର୍ଗତ ଗାଇସିଲେଟ, ବିଜେପୁର ଏବଂ ବରପାଲି ବ୍ଲକ ଗସ୍ତ କରି ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର