ପିସିସିରେ ପରିବର୍ତନ ନେଇ ନିରଞ୍ଜନଙ୍କ ପାଖରେ ସୂଚନା ନାହିଁ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପ୍ରଦେଶ କଂଗ୍ରେସ କମିଟି(ପିସିସି)ରେ ଆମୂଳଚୂଳ ପରିବର୍ତନ ହେବ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ନେଇ ଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ସେ ଏଭଳି କୌଣସି ବିବୃତି ଦେଇନାହାନ୍ତି କି ତାଙ୍କ ପାଖରେ ସେ ସଂପର୍କରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଟ୍ଟନାୟକଙ୍କ କହିବା ମୁତାବକ ନିକଟରେ ସେ କରଞ୍ଜିଆ ଗସ୍ତ ଯାଇଥିଲେ। ଏହି ଅବସରରେ ଦଳୀୟ କର୍ମୀମାନେ ତାଙ୍କ ନିକଟରେ ସଂଗଠନ ପ୍ରତି ଅସନ୍ତୋଷ ଜଣାଇ ଦଳ ଛାଡ଼ିବା କଥା କହିଥିଲେ। ଆସନ୍ତା ୧୮ ତାରିଖରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସିବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା ସେ ସେମାନଙ୍କୁ କହିଥିଲେ। ଶ୍ରୀ ସିଂହ ଜଣେ କାର୍ଯ୍ୟଦକ୍ଷ ନେତା। ଦଳକୁ ମଜ୍‌ବୁତ୍‌ କରିପାରିବାର ତାଙ୍କର ସାମର୍ଥ୍ୟ ରହିଛି। ଏଣୁ ସେ ଆସନ୍ତୁ। ସେତେପର୍ଯ୍ୟନ୍ତ ଧେର୍ଯ୍ୟ ଧରି ଅପେକ୍ଷା କରିବାକୁ ସେ ତାଙ୍କ କର୍ମୀମାନଙ୍କୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର