ନବୀନଙ୍କ କୃଷକ ଅଧିକାର ସମାବେଶକୁ ନିରଂଜନଙ୍କ କଟାକ୍ଷ: ଦିଲ୍ଲୀରେ ନବୀନ ଓ ତାଙ୍କ ଟିମ ୫୨ ଲକ୍ଷର ପ୍ୟାକେଜ ପିକନିକ କରିଛନ୍ତି

ଭୁବନେଶ୍ବର : ମଙ୍ଗଳବାର ଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ ହଜାର ହଜାର ଚାଷୀ, ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି କୃଷକ ଅଧିକାର ସମାବେଶ।  ଦିଲ୍ଲୀରେ ବିଜେଡିର ଏହି  ସମାବେଶକୁ ସମାଲୋଚନା କରିଛନ୍ତି  ରାଜ୍ୟ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି କି, ଦିଲ୍ଲୀରେ ଚାଷୀମାନେ ନୁହଁନ୍ତି ବରଂ ବିଜେଡିର ମନ୍ତ୍ରୀ, ବିଧାୟକ ଏବଂ କର୍ମକର୍ତ୍ତାମାନେ ବିକ୍ଷୋଭ କରୁଛନ୍ତି । ଏଥିରେ  ଜଣେ ହେଲେ ବି ଚାଷୀ ସାମିଲ ହୋଇନାହାଁନ୍ତି ।

ନବୀନ ଓ ତାଙ୍କ ଟିମ ୫୨ ଲକ୍ଷର ପ୍ୟାକେଜ ପିକନିକ କରିଛନ୍ତି କହି ବିଜେଡିର ଦିଲ୍ଲୀ ଗସ୍ତକୁ ବିରୋଧ କରିଛନ୍ତି ନିରଂଜନ। ଚାଷୀଙ୍କ ହକ୍ ପାଇଁ ଲଢିବା ଲାଗି ନୁହେଁ । ବିଜେଡି ସହ ଚାଷୀ ମାନେ ଆଉ ନାହାନ୍ତି । ରାଜ୍ୟ ସରକାର  ନିଜ ଶାସନ କାଳ ମଧ୍ୟରେ ଚାଷୀଙ୍କ ପାଇଁ କୌଣସି ଗୋଟିଏ ବି କାମ କରିନାହଁନ୍ତି । ଏହା କେବଳ ଏକ ପ୍ରହସନ । ଚାଷୀଙ୍କ ପାଇଁ ଏମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚଷା କୂଳ ପ୍ରତି ରାଜ୍ୟ ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ । କେବଳ କଂଗ୍ରେସ ହିଁ ଚାଷୀଙ୍କ କଥା ଚିନ୍ତା କରୁଛି ବୋଲି କହି ବିଜେଡିକୁ ଟର୍ଗେଟ୍ କରିଛନ୍ତି ନିରଂଜନ ପଟ୍ଟନାୟକ ।  ଅନ୍ୟ ପଟେ  ଧାନମଣ୍ଡିରେ ଅବ୍ୟବସ୍ଥା ପ୍ରସଙ୍ଗରେ କାଉଁଟର ରଣନୀତି କରିଛି ବିଜେପି । ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସଚିବାଳୟ ଘେରିବାକୁ ଉଦ୍ୟମ କରିଥିଲା ବିଜେପି କୃଷକ ମୋର୍ଚ୍ଚା

 

ସମ୍ବନ୍ଧିତ ଖବର