ଦଳୀୟ କର୍ମକର୍ତାମାନଙ୍କୁ ପିସିସି ସଭାପତିଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ସା˚ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ସହିତ ଡିସେମ୍ବର ୧୫ ତାରିଖ ସୁଦ୍ଧା ଜୋନ୍‌ ଓ ବୁଥ୍‌ କମିଟି ଗଠନ ଚୂଡ଼ାନ୍ତ କରାଯିବ। ଏ ନେଇ ପିସିସି କର୍ମକର୍ତାମାନଙ୍କଠାରୁ ଆରମ୍ଭ କରି ସବୁ ଜିଲ୍ଲାର ଦଳୀୟ କର୍ମକର୍ତାମାନଙ୍କୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ଜାଗରଣ ଯାତ୍ରାକୁ ଅଧିକ କ୍ରିୟାଶୀଳ କରି ସବୁ ଗ୍ରାମପ˚ଚାୟତ ଲୋକଙ୍କ ସହ ସିଧାସଳଖ ଯୋଡ଼ିବା ନେଇ ଜିଲ୍ଲା ସଭାପତିମାନେ ୪ ଦିନ ମଧ୍ୟରେ ସେମାନଙ୍କର କାର୍ଯ୍ୟଖସଡ଼ା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ବି ନିର୍ଦେଶ ଦିଆଯାଇଛି।

ଏହି ବୈଠକରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଡିସେମ୍ବର ୧୫ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ କମିଟି ଓ ବୁଥ କମିଟି ସ˚ପୂର୍ଣ୍ଣ ରୂପେ ଗଠନ ଶେ‌ଷ ହେବ। ସେ କହିଲେ ଯେ ସାଢେ଼ ୧୮ ବର୍ଷର ନବୀନ ସରକାର ଓ ସାଢେ଼ ୪ ବର୍ଷର ମୋଦି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ଲଢ଼େଇ କରିବା ପାଇଁ କ˚ଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ। ବୈଠକରେ ଯୋଗଦେଇ ବିରୋଧି ଦଳ ନେତା ନରସି˚ହ ମିଶ୍ର କହିଲେ ଯେ କ˚ଗ୍ରେସ ଦଳର ସା˚ଗଠନିକ ପୁନଃବିନ୍ୟାସରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ସ˚ଗଠନ ସୁଦୃଢ଼ ହୋଇପାରିଛି।

ପ୍ରଦେଶ କ˚ଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ନବକିଶୋର ଦାସ, ଏଆଇସିସି ସ˚ପାଦକ ସେକ୍‌ ମସ୍ତାନ ଅଲ୍ଲୀ, ଯୁଗ୍ମ ସ˚ପାଦକ ଆଦିତ୍ୟ ଶର୍ମା ପ୍ରେଜେକ୍ଟ ଶକ୍ତି ଓ ‘ମୋ ବୁଥ ମୋ ଗୌରବ’ ଉପରେ ଆଲୋଚନା କରିଥିଲେ। ଏଥିରେ ଯୋଗ ଦେଇଥିବା ଶତାଧିକ ଦଳୀୟ କର୍ମକର୍ତା ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର