ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ: ହାଫିଜ୍ ସୟିଦ୍ଙ୍କ ମୁକ୍ତି ପାଳନ କରିଛି କଂଗ୍ରେସ
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ଓ ୨୬/୧୧ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ହାଫିଜ୍ ସଇଦ୍ଙ୍କ ମୁକ୍ତି କଂଗ୍ରେସ ପାଳନ କରିଛି। ସୋମବାର ଦିନ ଏ ଭଳି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Sambad is now on WhatsApp
Join and get latest news updates delivered to you via WhatsApp
ଗଜୁରାଟ ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦି ଏ ଭଳି ଅଭିଯୋଗ କରିଛନ୍ତି। ସେ ଗୁଜୁରାଟୀ ଭାଷାରେ କହିଥିଲେ। ତାଙ୍କ ଭାଷଣର ଉଦ୍ଧୃତାଂଶ ଇଂରାଜୀରେ ଟୁଇଟ୍ କରିଛନ୍ତି ତାଙ୍କ ବ୍ୟକ୍ତିଗତ ଟୁଇଟର୍ ହ୍ୟାଣ୍ଡ୍ଲର୍।
A Pakistani court released a Pakistani terrorist and the Congress is celebrating. I was surprised why. And this same Congress refused to believe our own army on surgical strikes and preferred to believe the Chinese Ambassador: PM @narendramodi
— narendramodi_in (@narendramodi_in) November 27, 2017
ଦିନକ ତଳେ କଂଗ୍ରେସ ଉପାଧ୍ୟକ୍ଷ ଲକ୍ସର୍-ଏ-ତୈବାର ମୁଖ୍ୟଙ୍କ ମୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲିଙ୍ଗ-ନକୂଟନୀତି (ହଗ୍ପ୍ଲୋମାସି)ର ବିଫଳତା ବୋଲି କହିଥିଲେ ।
ମୋଦି କହିଥିଲେ: ପାକିସ୍ଥାନୀ ଅଦାଲତ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ମୁକ୍ତ କଲା। କଂଗ୍ରେସ ତାହା ପାଳନ କରୁଛି। କଂଗ୍ରେସ କାହିଁକି ପାଳନ କରୁଛି? ସେ କଥା ମତେ ବଡ଼ ଆଚମ୍ବିତ ଲାଗୁଛି। ସେହି କଂଗ୍ରେସ ଆମେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଅବିଶ୍ୱାସ କରି ଚୀନ୍ ରାଷ୍ଟ୍ରଦୂତଙ୍କ କଥାକୁ ବିଶ୍ୱାସ କରିଥିଲା।
୨୬/୧୧ ମୁମ୍ବାଇ ଆକ୍ରମଣର ଘଟଣାକୁ ଠିକ୍ ଭାବରେ ପରିଚାଳନା କରିପାରି ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ଆଜି ଉପା ସରକାରକୁ ସମାଲୋଚନା କରିଛନ୍ତି। ପରିଚାଳନାରେ ଉପା ସରକାରର କ’ଣ ତ୍ରୁଟି ରହିଗଲା ତାହା ଅବଶ୍ୟ ପ୍ରଧାନମନ୍ତ୍ରୀ ଦର୍ଶାଇ ନାହାନ୍ତି।
୨୬/୧୧ ଏବଂ ଉରି ଠାରେ ଭାରତ ଉପରେ ଆକ୍ରମଣ କରାଯାଇଥିଲା। ଉଭୟ ଆକ୍ରମଣରେ ଭାରତ କିଭଳି ପ୍ରତିକ୍ରିୟା ଦେଖାଇଥିଲା ଆପଣମାନେ ଜାଣି ପାରିବେ। ଏହା ତାଙ୍କ ସରକାର ଏବଂ ଆମ ସରକାରଙ୍କ ମଧ୍ୟରେ ଥିବା ଫରକ ଦେଖାଇ ପାରିବ ବୋଲି ମୋଦି ଗୁଜୁରାଟର ଭୁଜ୍ ଠାରେ ଏକ ସାଧାରଣ ସଭାରେ କହିଛନ୍ତି।