ପ୍ରଧାନମନ୍ତ୍ରୀ ମୋଦି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସାକ୍ଷାତ୍‌ : ଗୁଜୁରାଟରେ ବିରୋଧ, ଦିଲ୍ଲୀରେ କରମର୍ଦ୍ଦନ

ନୂଆଦିଲ୍ଲୀ: ବୁଧବାର ପୂର୍ବାହ୍ନରେ ସଂସଦ ଭବନ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରସ୍ପରକୁ ସାକ୍ଷାତ କରିବା ସହ  କରମର୍ଦ୍ଦନ କରିଛନ୍ତି।


ଶ୍ରୀ ସିଂହ ପାକିସ୍ତାନ ସହ ମିଶି ବିଜେପିକୁ ହରାଇବାକୁ ଷଡ଼ଯନ୍ତ୍ର କରିଥିବା କଥା ତିନି ଦିନ ତଳେ ମୋଦି କହିଥିଲେ। ଏହାର କଡ଼ା ଜବାବ ଦେଇ ଶ୍ରୀ ସିଂହ କହିଥିଲେ କି ପରାଜୟ ଡରରେ ରାଜନୈତିକ ଫାଇଦା ପାଇଁ ମୋଦି ମିଥ୍ୟା ଏବଂ ଗୁଜବ ରଟୁଛନ୍ତି।

୨୦୦୧ ମସିହା ସଂସଦ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ସଂସଦ ଭବନ ଭିତରକୁ ଯିବା ବାଟରେ ଉଭୟ ନେତାଙ୍କର ସାକ୍ଷାତ୍‌ ହୋଇଥିଲା।


ଗୁଜୁରାଟ ନିର୍ବାଚନ ପ୍ରଚାର ଅବସରରେ ବିଜେପି ନେତାଙ୍କୁ ବୁଦ୍ଧିମତା ସମ୍ପନ୍ନ ସମାଲୋଚନା କରିଥିବା ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ସଂସଦରେ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ରବି ଶଙ୍କର ପ୍ରସାଦଙ୍କ ସହ ରାହୁଳ ଖୁସି ଗପ କରୁଥିବାର ଦେଖାଯାଇଥିଲା।

ସମ୍ବନ୍ଧିତ ଖବର