୭୨ ବର୍ଷ ବୟସରେ ପଦାର୍ପଣ କଲେ ସୋନିଆ ଗାନ୍ଧୀ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: କଂଗ୍ରେସ ଦଳର ଉପଦେଷ୍ଟା ସୋନିଆ ଗାନ୍ଧି ଆଜି ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋନିଆଙ୍କୁ ତାଙ୍କର ସ୍ୱତନ୍ତ୍ର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ରାଜନୈତିକ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋନିଆଙ୍କୁ ଟୁଇଟର୍‌ ଜିଆରେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା। ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି।’

 

ଏହି କଂଗ୍ରେସ ନେତ୍ରୀଙ୍କ ଜନ୍ମଦିବସକୁ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ଉତ୍ତରାଖଣ୍ଡରେ ସୋନିଆଙ୍କ ଜନ୍ମଦିନକୁ ରାଜ୍ୟ କଂଗ୍ରେସ ପକ୍ଷରୁ ‘ସାଂପ୍ରଦାୟିକ ସଦ୍‌ଭାବ ଦିବସ’ ଭାବେ ପାଳନ କରାଯାଇଛି। ସେହିପରି ମହାରାଷ୍ଟ୍ରର ପୁଣେଠାରେ ଡିସେମ୍ବର ୨ ରୁ ଆରମ୍ଭ ହୋଇ ଡିସେମ୍ବର ୯ ପର୍ଯ୍ୟନ୍ତ ସୋନିଆଙ୍କ ଜନ୍ମଦିନ ପାଳନ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଛି।

 

କଂଗ୍ରେସ ଦଳ ପକ୍ଷରୁ ଟୁଇଟର୍‌ରେ ସୋନିଆଙ୍କୁ ନିଜର ଦଳର ଶକ୍ତି ବୋଲି କହିବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇ ଟୁଇଟ୍‌ କରାଯାଇଛି। ଏହାଛଡ଼ା ରୋବର୍ଟ ଭଦ୍ରା, କ୍ୟାପ୍‌ଟେନ୍‌ ଅମରେନ୍ଦ୍ର ସିଂହ, ରାଜ ବାବର୍‌ ଆଦି ସୋନିଆଙ୍କୁ ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର