ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ପୁଲିସ ମୁହାଁମୁହିଁ, ମାଡ଼ ଖାଇଲେ ମହିଳା ପୁଲିସ

0 250

କଟକ: ବଡମ୍ବା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ପ୍ରାୟ ଅଧଘଣ୍ଟା ଧରି ବିଜେପି କର୍ମକର୍ତ୍ତା ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜିତ ବିଜେପି କର୍ମକର୍ତ୍ତମାନେ ମହିଳା ପୁଲିସଙ୍କୁ ଚାପୁଡା ମାରିଥିଲେ। ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୩୦ ଅଧିକାରୀ ଏବଂ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ ବିଜେପି ପକ୍ଷରୁ ପୂରା ରାଜ୍ୟର ବିଭିନ୍ନ ବ୍ଲକରେ ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଆଧାରରେ ବିଜେପି ପକ୍ଷରୁ ଗୁରୁବାର ବଡମ୍ବା ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆନ୍ଦୋଳନକୁ ଆସିଥିବା ବିଜେପି କର୍ମୀମାନେ ପ୍ରତିବାଦ ସଭାରେ ରାଜ୍ୟ ସରକାର ତଥା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଜଗିିଥିଲେ। ସେମାନେ କର୍ଡନ ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଜଣେ ଦଳୀୟ ମହିଳା କର୍ମୀ ମହିଳା ପୁଲିସଙ୍କୁ ଚାପୁଡା, ଖୁନ୍ଦା ଓ ବିଧା ମାରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.