ଫେସବୁକ୍‌, ହ୍ଵାଟସ୍‌ସଆପ୍‌, ଟୁଇଟରରେ ନେତାଏ ବ୍ୟସ୍ତ : ନିର୍ବାଚନରେ ସୋସିଆଲ ମିଡିଆ ହେବ ପ୍ରଚାରର ଅସ୍ତ୍ର

ଛତିଶଗଡ଼: ଛତିଶଗଡ଼ରେ  ବିଧାନସଭା  ନିର୍ବାଚନୀ ବର୍ଷରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆର ବ୍ୟବହାର କରି ନେତାମାନେ ପରସ୍ପରକୁ କଟାକ୍ଷ କରୁଛନ୍ତି । ନିର୍ବାଚନୀ ବର୍ଷରେ ସୋସିଆଲ ମିଡିଆରେ ରାଜନୈତିକ ଦଳର ବଢୁଥିବା ସକ୍ରିୟତା ଦେଖି କେତେକ ରାଜନୈତିକ ପଣ୍ଡିତ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ଛତିଶଗଡ଼ର ନେତା ଫେସବୁକ୍‌, ହ୍ଵାଟସ୍‌ସଆପ୍‌, ଟୁଇଟର ମାଧ୍ୟମରେ ନା କେବଳ ନିଜର ମତ ରଖୁଛନ୍ତି ବରଂ ବିରୋଧୀଙ୍କ ଉପରେ କଟାକ୍ଷ ବି କରୁଛନ୍ତି ।

ବିଜେପି ସୋସିଆଲ ନେଟୱର୍କିଙ୍ଗ ସାଇଟ୍‌ ଏବଂ ଆପ୍‌କୁ ପ୍ରଚାର ପ୍ରସାରର ମୁଖ୍ୟ ମାଧ୍ୟମ ଭାବୁଛି ତ ଏପଟେ କଂଗ୍ରେସ ଏହାକୁ ବିଶ୍ୱାସଯୋଗ୍ୟ ମାନୁଛି । ଉଭୟ ଦଳ ଏହାକୁ ନିଜର ପ୍ରଚାରର ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆକୁ ଯିବା ଯଦି ବିଜେପି ପ୍ରଦେଶର ସମସ୍ତ ୨୩ ହଜାରରୁ ଅଧିକ ଭୋଟଦାନ କେନ୍ଦ୍ରରେ ହ୍ଵାଟସଆପ୍‌ ଗ୍ରୁପ୍‌ କରି ପ୍ରଚାର ଚଳାଇଛି । ଏହି ମାମଲାରେ କଂଗ୍ରେସ ମଧ୍ୟ ପଛରେ ନାହିଁ । ବିଧାନସଭାର ପାଖାପାଖି ୧୦୨୩ ହ୍ଵାଟସଆପ୍‌ ଗ୍ରୁପ୍‌ ଜରିଆରେ ପ୍ରଚାରରେ ଲାଗିଛି।

ବିଜେପିର ଆଇଟି ସେଲ୍‌ର ସଂଯୋଜକ ଦୀପକ ମହସକେଙ୍କ କହିବାନୁସାରେ, ସୋସିଆଲ ମିଡିଆ ଜରିଆରେ ନିଜର ଯୋଜନା ଓ ମତ ଜନତାଙ୍କ ପାଖରେ ପହଞ୍ଚାଇବା ବହୁତ ସହଜ । ଏହାକୁ ଆଖି ଆଗରେ ରଖି ବିଜେପି ରଣନୀତି ପ୍ରସ୍ତୁତ କରି କାମ କରୁଛି । କଂଗ୍ରେସ ପ୍ରବକ୍ତା ଆରପି ସିଂହ ମଧ୍ୟ ସୋଶିଆଲ ସାଇଟ୍‌ସକୁ ପ୍ରଚାର ପ୍ରସାରର ବିଶ୍ୱସନୀୟ ମାଧ୍ୟମ କହୁଛନ୍ତି ।

ସମ୍ବନ୍ଧିତ ଖବର