ନିର୍ବାଚନ ଲଢ଼ିବେନି ପ୍ରଭାତ ତ୍ରିପାଠୀ, ଦଳୀୟ ସୁପ୍ରିମୋ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ନିର୍ବାଚନରେ ନ ଲଢ଼ିବା ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଚିଟଫଣ୍ଡ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଆଗାମୀ ନିର୍ବାଚନରେ ନଲଢ଼ିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରି ଚିଟଫଣ୍ଡ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି ପ୍ରଭାତ।

ବରିଷ୍ଠ ବିଜେପି ନେତା କହିଛନ୍ତି, ବିଜେପି ପକ୍ଷରୁ ମୋ ବିରୋଦରେ ଷଡଯନ୍ତ୍ର କରାଯାଇଥିଲା। କନ୍ଧମାଳ ଉପ-ନିର୍ବାଚନ ବେଳେ ଦଳର ଭାବମୂର୍ତ୍ତି ନଷ୍ଟ ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା କିନ୍ତୁ ବାସ୍ତବତା ଏହା ଯେ, ବିଜେଡିର ଲୋକପ୍ରିୟତା ବଢ଼ିଛି।

ବାଙ୍କୀବାସୀଙ୍କ ସାମ୍ନାରେ ଭାବମୂର୍ତ୍ତି ଆହୁରି ସ୍ୱଚ୍ଛ ହୋଇଛି ବୋଲି ପ୍ରଭାତ କହିଛନ୍ତି। ରାଜନୀତିରେ ଉଚ୍ଚ ନୈତିକତା ସୃଷ୍ଟି କରିବାରେ ନବୀନ ହେଉଛି ତାହାର ବଳିଷ୍ଠ ଉଦାହରଣ। ନବୀନଙ୍କ ଆଭିମୁଖ୍ୟର ସମର୍ଥନରେ ଠିଆ ହେବାକୁ ମୁଁ ଉଚିତ ମନେକରିଛି। ମୋ ବିରୋଧରେ ହୋଇଥିବା ମାମଲା ବିଚାରାଧୀନ ଅଛି। ତେଣୁ ମୋ ପକ୍ଷରୁ ନିର୍ବାଚନ ନଲଢ଼ିବାକୁ ପ୍ରସ୍ତାବ ଦେଇଛି ବୋଲି ପ୍ରଭାତ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର