ପ୍ରଫୁଲ୍ଲ ଘଡାଇ ହେଲେ ବିଜେଡିର ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ ସୋମବାର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇଙ୍କୁ ରାଜ୍ୟ ଉପସଭାପତି କରିଛି। ପ୍ରଫୁଲ୍ଲଙ୍କୁ ଆଜି ବିଜେଡି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା। ତାଙ୍କୁ ଖୋର୍ଦ୍ଧା, ଚିଲିକା ଓ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ୱ ମିଳିଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି।

ସେହିଭଳି ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ନିରଂଜନ ପୁଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିଯୁକ୍ତି ଦେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ ।

ଅନ୍ୟପଟେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବଂ ପ୍ରକାଶ ଦାସଙ୍କୁ ରାଜ୍ୟ ସାଧାରଣ ସଂପାଦକର ଦାୟିତ୍ୱ ଦିଆଯିବା ସହ ମନୋଜ ନାୟକଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ ।

ସେହିଭଳି ସୁଶାନ୍ତ ସିଂଙ୍କୁ କୁଚିଣ୍ଡା ପର୍ଯ୍ୟବେକ୍ଷକ, ସିଦ୍ଧେଶ୍ୱର ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ, ଯୁଗଳ ନାୟକଙ୍କୁ କଟକ ସଂସଦୀୟ ଆସନ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର