ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର : ରାଜ୍ୟଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ। ସର୍ବସମ୍ମତି କ୍ରମେ ଏଭଳି ନିଷ୍ପତ୍ତି ହୋଇଥିବା ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ବିଧିବଦ୍ଧ ଭାବେ ପତ୍ର ଲେଖି ଜଣାଇଛନ୍ତି।ପୂର୍ବରୁ ଦିଲ୍ଲୀପ ତିର୍କି ଏହି ଦାୟିତ୍ୱରେ ଥିଲେ। ମାତ୍ର ତାଙ୍କର କାର୍ଯ୍ୟକାଳ ଶେଷ ପରେ ବିଜେଡି ମୁଖିଆ କାହାକୁ ନିଯୁକ୍ତି ଦେଇନଥିଲେ।

ସମ୍ବନ୍ଧିତ ଖବର