ରାଜନୈତିକ ଦଳ ଗଢ଼ିଲେ ପ୍ରବୀଣ ତୋଗାଡିଆ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ପୂର୍ବତନ ନେତା ପ୍ରବୀଣ ତୋଗାଡିଆ ଗତକାଲି ଏକ ରାଜନୈତିକ ଦଳ ଗଢ଼ିଛନ୍ତି। ଏହି ଦଳର ନାଆଁ ରହିଛି ‘ହିନ୍ଦୁସ୍ତାନ ନିର୍ମାଣ ଦଳ’। ଏହି ରାଜନୈତିକ ଦଳର ନାମ ଘୋଷଣା ଅବସରରେ ପ୍ରବୀଣ ଭାଇ ତୋଗାଡ଼ିଆ କହିଛନ୍ତି ଯେ ଏହି ନୂଆ ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହାଛଡା ହିନ୍ଦୁସ୍ତାନ ନିର୍ମାଣ ଦଳ ବିଧାନସଭା ନିର୍ବାଚନ ମଧ୍ୟ ଲଢିବ ବୋଲି ସେ ଘୋଷଣା କରିଛନ୍ତି। ଦାରିଦ୍ର୍ୟ, ବେକାରୀ, କୃଷକ ଆତ୍ମହତ୍ୟା ଓ ରାଷ୍ଟ୍ରୀୟ ସୁରକ୍ଷା ଆଦି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ବିଫଳ ହୋଇଛନ୍ତି। ଏହି କାରଣରୁ ତାଙ୍କ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବ।

ଏଠାରେ ସୂଚନାଯୋଗ୍ୟ ପ୍ରବୀଣ ତୋଗାଡିଆ ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗୀ ବୋଲି ବିବେଚିତ ହେଉଥିଲେ। ମାତ୍ର ଏବେ ସେ ମୋଦୀଙ୍କର ବିରୋଧୀ ଭାବେ ବିବେଚିତ ହେଉଛନ୍ତି। ଭାଜପା ପକ୍ଷରୁ କୁହାଯାଉଛି ଯେ ହିନ୍ଦୁସ୍ତାନ ନିର୍ମାଣ ଦଳର କୌଣସି ପ୍ରଭାବ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର