ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତରେ ପରିବର୍ତ୍ତନ, ଏପ୍ରିଲ ୨ରେ ଆସିବେ କଳାହାଣ୍ଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳାହାଣ୍ଡି ଗସ୍ତ ସାମାନ୍ୟ ପରିବର୍ତ୍ତନ ହୋଇଛି। ମୋଦି ଏପ୍ରିଲ ୧ ବଦଳରେ ଏପ୍ରିଲ ୨ ତାରିଖରେ କଳାହାଣ୍ଡି ଗସ୍ତରେ ଆସିବେ ବୋଲି ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି।

ବିଜେପି ମୁଖପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୨୯ରେ କୋରପୁଟ ଜିଲ୍ଲାର ଜୟପୁର ଗସ୍ତରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏପ୍ରିଲ ୧ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଆସିବେ। ଶାହା ବିଜେପି ଦ୍ୱାରା ଆୟୋଜିତ ସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର