ପ୍ରିୟଙ୍କାଙ୍କ ନିଆରା ଶୁଭକାମନା: ସାଏରି ଜରିଆରେ ଦେଶବାସୀଙ୍କୁ ଜଣାଇଲେ ହୋଲି ଅଭିନନ୍ଦନ

ନୂଆଦିଲ୍ଲୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ତେବେ ଆଜି ମଧ୍ୟ କିଛି ସ୍ଥାନରେ ହୋଲି ଉତ୍ସବ ପାଳନ ହୋଇଛି। ହୋଲି ମନାଇବା ପାଇଁ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ଚଳିତବର୍ଷ ହୋଲିରେ ମଧ୍ୟ ଲାଗିଛି ର୍ନିବାଚନର ରଙ୍ଗ। ର୍ନିବାଚନ ପାଖଉଥିବା ବେଳେ ଦେଶବାସୀଙ୍କୁ ନେତା ଜଣାଉଛନ୍ତି ହୋଲିର ଅଭିନନ୍ଦନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ଆଉ ଏହାରି ଭିତରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଆରା ଶୈଳୀରେ ଜଣାଇଛନ୍ତି ହୋଲିର ଅଭିନନ୍ଦନ। ସେ ସାଏରୀ ଲେଖି ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି।

୨୦୧୯ ସାଧାରଣ ର୍ନିବାଚନ ଯେତିକି ପାଖେଇ ପାଖେଇ ଯାଉଛି, ଦେଶରେ ରାଜନୀତିର ରଙ୍ଗ ସେତିକି ବିଚ୍ଛୁରିତ ହେବାରେ ଲାଗିଛି। ଜନମତ ହାସଲ କରିବା ପାଇଁ ସବୁ ଶିବିରରେ ଚାଲିଛି ଅଙ୍କକଷା। ଆଉ ଏହାରି ଭିତରେ ହୋଲି ପର୍ବର ଅଭିନନ୍ଦନ ଜଣାଇବା ପାଇଁ ଭୁଲି ନାହାନ୍ତି କୌଣସି ନେତା। ଏପରିକି ଜନତାଙ୍କ ସହ ମିଶି କିଛି ନେତା ହୋଲି ଖେଳିଥିବାର ମଧ୍ୟ ଦେଖାଯାଇଛି।

ସମ୍ବନ୍ଧିତ ଖବର