ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧୀ : ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ସାଧାରଣ ସଂପାଦକ ନିଯୁକ୍ତ; ରାଏ ବରେଲିରୁ ଲଢ଼ି ପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।  ବୁଧବାର ଦିନ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତ୍ତର ପ୍ରଦେଶର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। । ୨୦୧୯ ଫେବ୍ରୁଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ରାଏ ବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ବୋଲି ଶୁଣା ଯାଉଛି।

୨୦୧୯ ଏପ୍ରିଲ୍‌-ମେ ମାସରେ ଲୋକସଭା ନିର୍ବାଚନ କରାଯିବାକୁ ସ୍ଥିର କରାଯାଇଥିବାର କିଛି ମାସ ପୂର୍ବରୁ କଂଗ୍ରେସ ପାର୍ଟିର ଏଭଳି ନିଷ୍ପତ୍ତି ରାଜନୈତିକ ସ୍ତରରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଏ ସଂକ୍ରାନ୍ତରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା କହିଛନ୍ତି, ପ୍ରିୟଙ୍କାଜୀଙ୍କୁ ଦିଆଯାଇଥିବା ଦାୟିତ୍ୱ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କେବଳ ଉତ୍ତର ପ୍ରଦେଶ ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।

ପଶ୍ଚିମ ଉତ୍ତରପ୍ର ଦେଶର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ପାର୍ଟି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦେଇଛି। କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି।

ଗୁଲାମ ନବୀ ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସମ୍ପାଦକ ରୂପେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର