ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଲୋକସଭା ନିର୍ବାଚନ ପାଇଁ ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ । ପ୍ରିୟଙ୍କା ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରିୟଙ୍କା ସେଠାରେ ବିଭିନ୍ନ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଏହି ଗସ୍ତ ସମୟରେ ଭଦୋହୀ ଓ ମିର୍ଜାପୁର ମନ୍ଦିରରେ ପୂଜା କରିବା ପରେ ବିଶାଳ ରୋଡ୍‌ ସୋ’ରେ ବି ଯୋଗ ଦେବେ। ଏହି ଗସ୍ତରେ ପ୍ରିୟଙ୍କା ୧୮ ତାରିଖ ସୋମବାର ପ୍ରୟାଗରାଜରୁ ଗଙ୍ଗାରେ ନୌଯାତ୍ରା କରିବେ । ୧୯ ମାର୍ଚରେ ର୍ମିଜାପୁରରେ ରୋଡ୍‌ ସୋ’ ପାଇଁ ପ୍ରିୟଙ୍କାଙ୍କୁ ପ୍ରଶାସନର ଅନୁମତି ମିଳିଛି । ତେବେ କାଫିଲାରେ ମାତ୍ର ୧୦ଟି ଗାଡି ନେବାକୁ ଅନୁମତି ଦେଇଛି ପ୍ରଶାସନ ।

ସମ୍ବନ୍ଧିତ ଖବର