୨୦୧୪ର ଉତ୍ତର ଦେଇ ୨୦୧୮ରେ ମୋଦିଙ୍କୁ ତୀର ମାରିଲେ ରାହୁଲ; ‘ପାସେଞ୍ଜର୍‌ ଟ୍ରେନ୍‌’ ‘ମ୍ୟାଜିକାଲ୍‌’ ହେବା ଆଗରୁ ବିପର୍ଯ୍ୟୟ ଆଡ଼େ ପଳାଇଲା!

ନୂଆଦିଲ୍ଲୀ: ଦୁର୍ବଳ ଶାସକ, ଅକ୍ଷମ ରାଜନେତା ଓ ଅହଂକାରୀ ପରି ଶବ୍ଦ ପ୍ରାୟତଃ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରୟୋଗ କରିଥାନ୍ତି। ମଙ୍ଗଳବାର ସାସଂଦରେ ସଂସଦମାନଙ୍କ ସହ କଥୋପକଥନ ସମୟରେ ରାହୁଲ ମୋଦୀଙ୍କୁ ଅକ୍ଷେକ କରି କହିଛନ୍ତି କି, ‘ଆମ ଦେଶ ଭାରତ ଏକ ଏପରି ଟ୍ରେନ୍‌, ଯାହାକୁ ଜଣେ ଅହଂକାରୀ ଚାଳକ ଚଳାଇ ଚଳାଇ ବିପର୍ଯ୍ୟୟ ଆଡ଼େ ନେଇ ଯାଉଛନ୍ତି।

ବିରୋଧୀ ଦଳ କଂଗ୍ରେସର ମୁଖିଆ ଭାବେ ସେ ଶାସକ ଦଳର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ସମୟରେ ଅର୍ଥନୀତି, ଅଣନିଯୁକ୍ତି, ମହିଳା ସୁରକ୍ଷା ଓ ଭିଡ଼ ଆତଙ୍କ ଆଦି ବିଷୟ ଉଠାଇ ଟାର୍ଗେଟ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମତ ରଖିଥିଲେ ଯେ ‘ସ୍ୱାଧୀନତାର ୭୦ ବର୍ଷ ପରଠାରୁ ଭାରତ ଏକ ଧୀରମନ୍ଥର ଗତିରେ ଚାଲୁଥିବା ‘ପାସେଞ୍ଜର୍‌ ଟ୍ରେନ୍‌’ ପରି।’ ଏହାଛଡ଼ା ତାଙ୍କ ଶାସନକାଳ ମଧ୍ୟରେ ଭାରତ ଏକ ‘ମ୍ୟାଜିକାଲ୍‌ ଟ୍ରେନ୍‌’ ପରି ଚାଲିବା ସହ ମୋଦି ଦେଇଥିବା ‘ଅଚ୍ଛେ ଦିନ’ର ପ୍ରତିଶୃତିକୁ ମନେ ପକାଇ ରାହୁଲ ଏପରି କହିଛନ୍ତି।

ଏହି ପ୍ରସଂଗ୍ରରେ ରାହୁଲ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି ଯେ ‘ ଚାରି ବର୍ଷର ଶାସନକାଳ ମଧ୍ୟରେ ଭାରତ ଏକ ଏପରି ଟ୍ରେନ୍‌ ପାଲଟିଯାଇଛି ଯାହାକୁ ଜଣେ ଦୁର୍ବଳ ଶାସକ, ଅକ୍ଷମ ରାଜନେତା ଓ ଅହଂକାରୀ ଚାଳକ ଚଳାଇ ଚଳାଇ ବିପର୍ଯ୍ୟୟ ଆଡ଼େ ନେଇ ଯାଉଛନ୍ତି। ଏପରିକି ଯାତ୍ରୀମାନେ ସୁରକ୍ଷିତ ଭାବେ ସେ ଟ୍ରେନ୍‌ରେ ବସିଛନ୍ତି କି ନାହିଁ ସେ ଆଡ଼େ ସାମାନ୍ୟତମ ଦୃଷ୍ଟି ନାହିଁ।’

ସମ୍ବନ୍ଧିତ ଖବର