୨୫ ତାରିଖରେ ଆଉ ଏକ ଖୁଲାସା କରିବି ରାହୁଳ ଗାନ୍ଧୀ ଭାରତବର୍ଷରେ ମୁହଁ ଦେଖାଇପାରିବେ ନାହିଁ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଥିବା କାରଣରୁ ଶନିବାର ସନ୍ଧ୍ୟାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ପରେ ପୂର୍ବାହ୍ନ ୧୧ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, କେନ୍ଦ୍ରରେ ରାହୁଳ ଗାନ୍ଧୀ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସ୍ୱର ଉତ୍ତୋଳନ କରୁଥିବା ବେଳେ ଓଡ଼ିଶାରେ ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଆଜି ୪୦ ଲକ୍ଷ ପିଲା ବେକାର। ଖଣିମାଫିଆମାନେ ୪୦ ବର୍ଷ ଧରି ଓଡ଼ିଶାକୁ ଲୁଟିଛନ୍ତି। ଯେଉଁ ବନ୍ଧୁମାନେ କଂଗ୍ରେସ ରହିବାକୁ ଚାହୁଁଛନ୍ତି ସେମାନେ ରାହୁଳ ଗାନ୍ଧୀଙ୍କର ଜୟଗାନ କରନ୍ତୁ ଓ ଓଡ଼ିଶାରେ ଗରିବୀ ରହୁ ବୋଲି କୁହନ୍ତୁ।

କଂଗ୍ରେସରେ ରହିବାର ମୋର ଯୋଗ୍ୟତା ନାହିଁ କାରଣ, ଖଣିଚୋରି କରି ସମ୍ପତ୍ତି ବଢ଼ାଇବାରେ ମୁଁ ବିଶ୍ୱାସ କରେ ନାହିଁ। ୪୦ ବର୍ଷର ରାଜନୈତିକ ଜୀବନରେ କୌଣସି ଦୁର୍ନୀତି ମୁଁ ସଂପୃକ୍ତ ନାହିଁ। ରାହୁଳ-ନବୀନ ଗଠବନ୍ଧନ ବିରୋଧରେ ସଂଗ୍ରାମ କରିବି।

୨୫ ତାରିଖ ଦିନ ରାହୁଳ ଗାନ୍ଧୀ ଓଡ଼ିଶା ଆସୁଥିବା କଥା ସେ ଶୁଣୁଛନ୍ତି। ସେଦିନ ସେ ଏପରି ଏକ ଖୁଲାସା କରିବେ ଯାହା ଫଳରେ ରାହୁଳ ଗାନ୍ଧୀ ଭାରତବର୍ଷରେ ମୁହଁ ଦେଖାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର