କଂଗ୍ରେସର ନୂଆ କୋଷାଧ୍ୟକ୍ଷ ହେଲେ ଅହମ୍ମଦ ପଟେଲ୍

ରାଜୀବ ଗାନ୍ଧି ଯେତେବେଳେ ଗୁଜୁରାଟ ଯାଉଥିଲେ, ଚୂଡ଼ା-ବାଦାମ ନେଇ ବିମାନବନ୍ଦର ପହଞ୍ଚୁ ଥିଲେ ଅହମଦ ପଟେଲ

ଅହମଦାବାଦ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କୁ ପାର୍ଟିର କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି। ଗୁଜରାଟର ଏହି ବରିଷ୍ଠ କଂଗ୍ରେସ ନେତାଙ୍କର  ଗାନ୍ଧି ପରିବାର ସହିତ  ନିବିଡ଼ ସଂପର୍କ ରହିଛି। ୧୯୮୫ରେ ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ ଥିଲେ। ଅହମ୍ମଦ ପଟେଲ ୧୯୮୦ ରୁ ୧୯୮୪ ମଧ୍ୟରେ ରାଜୀବ ଗାନ୍ଧିଙ୍କ ନିକଟତର ଥିଲେ। ବର୍ତ୍ତମାନ ସେ ସାଂସଦ ଅଛନ୍ତି।

ଅହମ୍ମଦ ପଟେଲ  ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ସ୍ଥାନ ନେଇଛନ୍ତି। ଏହା ପୂର୍ବରୁ ପଟେଲ ରାହୁଲଙ୍କ ମା’ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଥିଲେ। ସେ ୨୦୦୧ରୁ ଏହି ଭୂମିକା ନିର୍ବାହ କରିଛନ୍ତି। ପଟେଲଙ୍କ ଗାନ୍ଧି ପରିବାର ସହିତ ଘନିଷ୍ଠତା ଥିଲା। ବୋଧେ ଏଇଥି ପାଇଁ ସୋନିଆ ଗାନ୍ଧିଙ୍କ ନିବାସ ୧୦ ଜନପଥରେ ଅହମଦ ପଟେଲଙ୍କ ଏକ ସଂରକ୍ଷିତ କାର୍ଯ୍ୟାଳୟ ରହିଛି।

ରିପୋର୍ଟ ଅନୁସାରେ ରାଜୀବ ଗାନ୍ଧି ଗୁଜୁରାଟ ଗସ୍ତରେ ଯେତେବେଳେ ଯାଉଥିଲେ, ଅହମଦ ପଟେଲ ଚୂଡ଼ା, ବାଦାମ ଓ ସେଓ ନେଇ ବିମାନ ବନ୍ଦର ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲେ। କାରଣ ଗାନ୍ଧି ପରିବାର ଗୁଜୁରାଟି ଖାଦ୍ୟକୁ ବହୁତ ଭଲ ପାଉଥିଲେ। ଅହମଦ ପଟେଲ ଧିରେ ଧିରେ ଗାନ୍ଧି ପରିବାର ସହିତ ନିକଟତର ହୋଇଥିଲେ। ୧୯୮୪ରେ ରାଜୀବ ଗାନ୍ଧି ୪୦୦ ଆସନ ଜିତି ଯେତେବେଳେ ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ସମୟରେ ଅହମଦ ପଟେଲଙ୍କୁ ଯୁଗ୍ମ ସଚିବ କରାଯାଇଥିଲା। ସେହି ସମୟରେ ରାଜୀବ ଗାନ୍ଧିଙ୍କୁ ୪୦ ବର୍ଷ ଓ ଅହମଦ ପଟେଲଙ୍କୁ ୩୫ ବର୍ଷ ହେଉଥିଲା। ପଟେଲ ଭରୁଚରୁ ୩ ଥର(୧୯୭୭, ୧୯୮୦ ଓ ୧୯୮୪) ସାଂସଦ ହୋଇଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଭରୁଚରେ କୌଣସି କଂଗ୍ରେସ ନେତା ନିର୍ବାଚନ ଜିତି ନାହାନ୍ତି।

ଅହମଦ ପଟେଲ ୧୯୮୦ ରୁ ୧୯୮୪ ମଧ୍ୟରେ ରାଜୀବ ଗାନ୍ଧିଙ୍କ ନିକଟତର ହୋଇଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାନ୍ତ ସ୍ୱଭାବର ଅହମଦ ପଟେଲ ରାଜୀବ ଗାନ୍ଧିଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କର ହୃଦୟ ଜିତିଥିଲେ। ବର୍ଷ ୧୯୭୭ ଲୋକସଭା ନିର୍ବାଚନରେ କଂଗ୍ରେସ ଦୟନୀୟ ପରିସ୍ଥିତିରେ ହାରି ଯାଇଥିଲା। ଇନ୍ଦିରା ଗାନ୍ଧି ମଧ୍ୟ ନିର୍ବାଚନରେ ହାରି ଯାଇଥିଲେ। ସେହି ସମୟରେ ଭରୁଚ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଅହମ୍ମଦ ପଟେଲ ସାଂସଦ ହୋଇଥିଲେ।

ସମ୍ବନ୍ଧିତ ଖବର