ପିସିସିର ବିଶାଳ କମିଟିକୁ ରାହୁଲଙ୍କ ମଞ୍ଜୁରି

କମିଟିରେ ୧୪ ଉପସଭାପତି, ୨୪ ସାଧାରଣ ସଂପାଦକ, ୯୯ ସଂପାଦକ; କିଶୋର ପଟେଲ୍‌ କୋଷାଧ୍ୟକ୍ଷ ଓ ସତ୍ୟ ନାୟକ ଗଣମାଧ୍ୟମ ଓ ଯୋଗାଯୋଗ ମୁଖ୍ୟ

ଭୁବନେଶ୍ୱର : ଅଗଷ୍ଟ ୧୫ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ(ପିସିସି)ର ବିଶାଳ କମିଟି ଘୋଷଣା କରାଯାଇଛି। ଏହି କମିଟିକୁ ଅନୁମୋଦନ ଦେଇଛନ୍ତି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ଘୋଷିତ କମିଟିରେ ୧୪ଜଣ ଉପସଭାପତି, ୨୪ ସାଧାରଣ ସଂପାଦକଙ୍କୁ ମନୋନୀତ କରାଯାଇଥିବା ବେଳେ ୯୯ ସଂପାଦକଙ୍କୁ ନିଯୁକ୍ତି ମିଳିଛି। ପିସିସିର କୋଷାଧ୍ୟକ୍ଷ ଭାବେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍‌ ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି କମିଟିରେ ୧୪ଜଣ ଉପସଭାପତି ରହିଛନ୍ତିି। ସେମାନେ ହେଉଛନ୍ତି ଅନନ୍ତ ପ୍ରସାଦ ସେଠୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ସନ୍ତୋଷ ସିଂହ ସାଲୁଜା, ରାଧାକାନ୍ତ ଡିଗଲ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଅମରନାଥ ପଟ୍ଟନାୟକ, ପ୍ରଫେସର କୈଳାସ ଆଚାର୍ଯ୍ୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ନକୁଳ ନାୟକ ଓ ସସ୍ମିତା ବେହେରା। ଏହି କମିଟିରେ ସାଧାରଣ ସଂପାଦକ ଭାବେ ୨୪ଜଣ ଦଳୀୟ ନେତାଙ୍କୁ ନିଯୁକ୍ତି ମିଳିଛି। ଏହାର କାର୍ଯ୍ୟକାରୀ କମିଟିରେ ୨୭ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କିଶୋର ଚନ୍ଦ୍ର ପଟେଲ୍‌, ନରସିଂହ ମିଶ୍ର, ୩ଜଣ କାର୍ଯ୍ୟକାରୀ ସଭାପତି ପ୍ରମୁଖ। ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କାହ୍ନଚରଣ ଲେଙ୍କାଙ୍କ ସମେତ ୧୩ଜଣଙ୍କୁ ରଖାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ଆଉ ୬ଜଣ ସଦସ୍ୟ ରହିଛନ୍ତିି। ସେମାନେ ହେଲେ ଅନନ୍ତ ପ୍ରସାଦ ସେଠୀ(ଆବାହକ), ଭାଗବତ ପ୍ରସାଦ ମହାନ୍ତି, ପ୍ରଦୀପ କୁମାର ରଥ, ରବୀନ୍ଦ୍ର ନାଥ ମହାନ୍ତି, ନିରଞ୍ଜନ ପାଣିଗ୍ରାହୀ ଓ ସାବିତ୍ରୀ ଚୌଧୁରୀ। ପ୍ରଦେଶ ନିର୍ବାଚନ କମିଟିକୁ ୨୧ଜଣଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ପିସିସି ସଭାପତି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ୩ଜଣ କାର୍ଯ୍ୟକାରୀ ସଭାପତି, ଭକ୍ତଚରଣ ଦାସ, ଜଗନ୍ନାଥ ପଟ୍ଟନାୟକ, ରଞ୍ଜୀବ ବିଶ୍ୱାଳ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ମହମ୍ମଦ ସାହାନ୍‌ଓ୍ଵାଜ୍‌ ପ୍ରମୁଖ। ଏମାନଙ୍କ ସହିତ ଆମନ୍ତ୍ରିତ ସଭ୍ୟ ଭାବେ ସମସ୍ତ ଏଆଇସିସି ସଂପାଦକ, ସାମ୍ମୁଖ୍ୟ ସଂଗଠନ ଯଥା: ମହିଳା କଂଗ୍ରେସ, ସେବା ଦଳ, ଯୁବ କଂଗ୍ରେସ, ଏନ୍‌ଏସ୍‌ୟୁଆଇ ଓ ଆଇଏନ୍‌ଟିୟୁସି ମୁଖ୍ୟମାନେ ଥିବା ବେଳେ ସ୍ୱତନ୍ତ୍ର ଆମନ୍ତ୍ରିତ ସଭ୍ୟ ଭାବେ ପିସିସିର ଅନୁସୂଚିତ ଜାତି, ଜନଜାତି, ଓବିସି, କିଷାନ ଓ ଖେତ୍‌ ମଜଦୁର ଓ ମତ୍ସ୍ୟଜୀବୀ ବିଭିନ୍ନ ବିଭାଗ ମୁଖ୍ୟମାନଙ୍କୁ ନିଆଯାଇଛି। ସେହିପରି ପିସିସି ସଂପାଦକ ଭାବେ ୯୯ଜଣଙ୍କୁ ମନୋନୀତ କରାଯାଇଛି।

ପିସିସିର କୋର୍‌ କମିଟିକୁ ୪୨ଜଣ ଦଳୀୟ ନେତା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ବର୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର, ୩ଜଣ ପିସିସି କାର୍ଯ୍ୟକାରୀ ସଭାପତି, ଶ୍ରୀକାନ୍ତ ଜେନା, ଶରତ ରାଉତ, ସୁଚରିତା ମହାନ୍ତି, ତାରାପ୍ରସାଦ ବାହିନୀପତି, କୃଷ୍ଣଚନ୍ଦ୍ର ସଗରିଆ ପ୍ରମୁଖ। ଓଡ଼ିଶା ପ୍ରଦେଶ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଆବାହକ ଭାବେ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିରେ ବିଶିଷ୍ଟ ସଭ୍ୟ ଭାବେ ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ହେମାନନ୍ଦ ବିଶ୍ୱାଳ, କେ.ପି. ସିଂହଦେଓ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାହ୍ନଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ହମିଦ୍‌ ହୁସେନ୍‌ ପ୍ରମୁଖ, ସମସ୍ତ ବିଧାୟକ, ଅନୁସୂଚିତ ଜାତି, ଜନଜାତି, ଓବିସି, ସଂଖ୍ୟାଲଘୁ, ସୋସିଆଲ୍‌ ମିଡିଆ ବିଭାଗ, ମହିଳା କଂଗ୍ରେସ, ସେବା ଦଳ, ଯୁବ କଂଗ୍ରେସ, ଏନ୍‌ଏସ୍‌ୟୁଆଇ ଓ ଆଇଏନ୍‌ଟିୟୁସି ସଭାପତିମାନଙ୍କୁ ନିଆଯାଇଛି।

ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ରାୟଗଡ଼ା ଜିଲ୍ଲା ନିମନ୍ତେ ରଘୁନାଥ ପାତ୍ର, ନବରଙ୍ଗପୁର-ଅରବିନ୍ଦ ଗୁପ୍ତା, ଗଞ୍ଜାମ-ସନ୍ତୋଷ ନାୟକ ଓ ବିଜୟ କୁମାର ସାହୁ ଏବଂ କୋରାପୁଟ ଜିଲ୍ଲା ପାଇଁ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତି ମିଳିଛି। ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦଳରେ ସବୁ ଗୋଷ୍ଠୀର ନେତା, କର୍ମୀମାନଙ୍କୁ ଯଥାସମ୍ଭବ ସନ୍ତୁଷ୍ଟ କରିବାକୁ ଯାଇ ପିସିସିର ଏହିଭଳି ବିଶାଳ କମିଟି ଗଠନ କରାଯାଇଥିବା ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତିି।

ସମ୍ବନ୍ଧିତ ଖବର