ନରେନ୍ଦ୍ର ମୋଦି ନୁହଁନ୍ତି ରାହୁଲ ଗାନ୍ଧୀ! ରାଗରେ ଏମିତି ମନ୍ତବ୍ୟ ଦେଲେ କଂଗ୍ରେସ ଅଧ୍ୟକ୍ଷ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀଗାନ୍ଧୀ ନିଜର ଦୁବାଇ ଗସ୍ତ ସମୟରେ ମୋଦିଙ୍କୁ ଦୃଢ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନାମ ନରେନ୍ଦ୍ର ମୋଦି ନୁହେଁ କି ସେ ମିଛ କହନ୍ତି ନାହିଁ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସେଠାରେ ଏତ ସାମ୍ବାଦିକ ସମ୍ମିଳନୀ କରିବା ସହ ମୋଦି ସରକାରଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି। ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ‘ମତେ ମିଛ କହିବାକୁ ଜମା ବି ଭଲ ଲାଗେ ନାହିଁ। ମୋ ନାମ ଶ୍ରୀ ନରେନ୍ଦ୍ର ମୋଦି ନୁହେଁ। ମୁଁ ଯାହା କହିଥାଏ ତାହାକୁ ନିଶ୍ଚିତ ଭାବରେ ପୂରଣ କରେ। ଲୋକମାନଙ୍କୁ କହିଥିବା କଥା ଯେପରି ପୂରଣ ହେବ ସେ ନେଇ ମୋର ସବୁବେଳେ ପ୍ରୟାସ ଥାଏ।’

ହେଲେ ମୋଦି ଲୋକମାନଙ୍କୁ କଥା ଦେବାରେ ଯେପରି ଭାବରେ ସିଦ୍ଧହସ୍ତ କାମ କରିବା ବେଳେ ତାହାର ଓଲଟା କରନ୍ତି। ଅର୍ଥାତ କେବଳ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହାକୁ ପାଳନ କରନ୍ତି ନାହିଁ। ଏହାସହ ସେ କଂଗ୍ରେସ ୩ ରାଜ୍ୟରେ ବିଜୟ ହେବା ପରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି। ପ୍ରଥମତଃ ଚାଷୀଙ୍କୁ ଋଣ ଛାଡ଼ କରିଛି। ଏହାସହ ର୍ନିବାଚନ ସମୟରେ ଦେଇଥିବା ସମସ୍ତ କଥା ସରକାର ପୂରଣ କରିବ ବୋଲି ରାହୁଲ କହିଛନ୍ତି। ରାଫେଲ ଚୁକ୍ତିକୁ ନେଇ ମଧ୍ୟ ସେଠାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। କହିଛନ୍ତି, ମୋଦି ନିଜେ ଅମ୍ବାନୀଙ୍କୁ ୩୦ ହଜାର କୋଟି ଚୋରି କରି ନେବାରେ ସାହାଯ୍ୟ କରିଛନ୍ତି। ସେ ଦୁବାଇରେ ଦୃଢ ବିଶ୍ୱାସ ରଖିଛନ୍ତି କି ଆଗାମୀ ସାଧାରଣ ର୍ନିବାଚନରେ ନିଶ୍ଚିତ ଭାବରେ ଦେଶରେ କଂଗ୍ରେସ ବିଜୟ ହେବ।

ଦେଶରେ ଯେପରି ଭାବରେ କଂଗ୍ରେସକୁ ସମର୍ଥନ ମିଳୁଛି ତାହାକୁ ଦେଖିଲେ ଆମେ ଜାଣିପାରିବା ଯେ, ଆଗାମୀ ଦିନରେ ଦେଶରେ କଂଗ୍ରେସ ହିଁ ସରକାର ଗଢ଼ିବ। କେବଳ ଏତିକି ନୁହେଁ ଅନେକ ଯୋଜନା ଉପରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବରୁ ଦେଶରେ ଏବଂ ଲୋକସଭାରେ ମଧ୍ୟ ଅନେକ ଥର ମୋଦି ସରାକରଙ୍କୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି ରାହୁଲ।

ସମ୍ବନ୍ଧିତ ଖବର