୨୬ଟି ମନ୍ଦିର ଦର୍ଶନ ସାରି ଫେରିବା ବେଳକୁ ରାହୁଲଙ୍କ ଆଗରେ ଲୋକ କହିଲେ ମୋଦି-ମୋଦି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟରେ ଆଗାମୀ ଡିସେମ୍ବର ୧୪ରେ ହେବାକୁ ଥିବା ମତଦାନ ପାଇଁ ବ୍ୟସ୍ତ ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ରବିବାର ୨୬ଟି ମନ୍ଦିର ଦର୍ଶନ କରିଛନ୍ତି। ରାହୁଲ ଶ୍ରୀ ରଣଛେଡଜୀ ମନ୍ଦିର ଦର୍ଶନ କରିଛନ୍ତି। ମୋଗଲଧାମ-ବାବଲା ମନ୍ଦିର, ଦ୍ୱାରିକାଧୀଶ, କାଗଓ୍ଵଡ଼ରେ ଖୋଡଲଧାମ, ନାଡ଼ିୟାଡର ସନ୍ତରାମ ମନ୍ଦିର, ପାଓ୍ଵାଗଡ ମହାକାଳୀ, ନବସାରୀରେ ଉନାଇ ମାଙ୍କ ମନ୍ଦିର, ଅକ୍ଷରଧାମ ମନ୍ଦିର, ବହୁଚରାଜୀ ମନ୍ଦିର, କବୀର, ଚୋଟିଲା ଦେବୀ ମନ୍ଦିର, ଦାସୀ ଜୀବନ ମନ୍ଦିର, ରାଜକୋଟର ଜଲାରାମ ମନ୍ଦିର, ଭଲସାଡ଼ର କୃଷ୍ଣା ମନ୍ଦିର, ଶଙ୍କେଶ୍ୱର ଜୈନ ମନ୍ଦିର, ବୀର ମେଘମାୟା, ବାଦୀନାଥ ମନ୍ଦିର। ଏହା ବ୍ୟତୀତ କଂଗ୍ରେସର ନଭସର୍ଜନ ଯାତ୍ରା କାଳରେ ଆହୁରି ୫ଟି ମନ୍ଦିର ଦର୍ଶନ କରିଛନ୍ତି।

ମନ୍ଦିର ପୂଜାର ସାରି ବାହାରକୁ ଆସୁଥିବା ବେଳେ ବହୁତ ଲୋକ ଛିଡ଼ା ହୋଇଥିଲେ। ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ ସେ ହାତ ହଲାଇଥିଲେ। ଏହି ସମୟରେ ଲୋକମାନେ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ। ଏହା ପରେ ରାହୁଲ ନିଜ କାରରେ ବସି ସେଠାରୁ ଚାଲିଯାଇଥିଲେ। ରାହୁଲ ଶୁକ୍ରବାର ଅହମଦାବାଦର ମୋଗଲଥାନ-ବାବଲା ମନ୍ଦିର ଯାଇ ସୋନିଆ ଗାନ୍ଧିଙ୍କ ସହ ପୂଜା କରିଥିଲେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗୁଜରାଟ ନିର୍ବାଚନ ନେଇ ଗତ ୨ ମାସ ହେବ ପ୍ରଚାରରେ ଲାଗିଛନ୍ତି।

ରାହୁଲ ଗାନ୍ଧି ଦ୍ୱାରକାରେ ମୁଣ୍ଡିଆ ମାରି ‘ନବସର୍ଜନ’ ଯାତ୍ରା ଆରମ୍ଭ କରିଥିଲେ। ସେ ନଭେମ୍ବର ୨୯ରେ ସୋମନାଥ ମନ୍ଦିର ଯାଇଥିଲେ। ସେହି ସମୟରେ ଅହମ୍ମଦ ପଟେଲ ମଧ୍ୟ ରାହୁଲଙ୍କ ସହିତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର