ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହେବା ନେଇ ସୋନିଆଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଳୀ: ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ପାଇଁ କସରତ ଜୋରଦାର ହୋଇଛି। ମିଳିଥିବା ଖବର ଅନୁସାରେ, ଆସନ୍ତା ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇପାରନ୍ତି। ଆଜି ଏ ନେଇ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି।

୧୦ ଜନପଥରେ ହେବାକୁ ଥିବା ବୈଠକରେ ରାହୁଲଙ୍କୁ ସଭାପତି କରିବା ଓ କଂଗ୍ରେସ ୱାର୍କିଙ୍ଗ କମିଟବୈଠକ ନେଇ ଏଜେଣ୍ଡା ପ୍ରସ୍ତୁତ କରାଯିବ। ସୁତ୍ର ଅନୁସାରେ, ୨୪ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ଏକପ୍ରକାର ନିଶ୍ଚିତ। ଆଜିର ବୈଠକରେ ଏହା ଉପରେ ମୋହର ମରାଯିବ। ବିଭିନ୍ନ ରାଜ୍ୟର ପିସିସି ରାହୁଲଙ୍କୁ ସଭାପତି କରାଯିବା ନେଇ ପ୍ରସ୍ତାବ ପାସ କରିସାରିଛନ୍ତି।

ଗତ କିଛି ଦିନ ଧରି ରାହୁଲ ପ୍ରଚାର ଶୈଳୀରେ ପରିବର୍ତନ ଆସିଛି। ଗୁଜରାଟ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଆକ୍ରମଣ କରି ଚର୍ଚ୍ଚାରେ ଅଛନ୍ତି ଯୁବରାଜ ଯଉଓଁ ଆଗାମୀ ହିମାଚଳ ଓ ଗୁଜରାଟ ବିଧାନସଭା ର୍ନିବାଚନ ରାହୁଲଙ୍କ ନେତୃତ୍ୱରେ ଲଢିବା ଲାଗି କଂଗ୍ରେସ ସ୍ଥିର କରିଛି।

ମିଳିଥିବା ଖବର ଅନୁସାରେ, କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ୨୪ ତାରିଖ କିମ୍ବା ଏହା ପରେ ହୋଇପାରେ। ଦଳର ସବୁ ବଡ଼ ନିଷ୍ପତି ନେଉଥିବା ଏହି କମିଟି ରାହୁଲ ଗାନ୍ଧିଙ୍କୁ ସଭାପତି କରାଯିବା ନେଇ ଘୋଷଣା କରିପାରେ। କଂଗ୍ରେସ ୱାର୍କିଙ୍ଗ କମିଟି ପାଖରେ ଦଳର ସଭାପତି ଚୟନ ଅଧିକାର ରହିଛି। କଂଗ୍ରେସ ଯୁବରାଜଙ୍କୁ ସଭାପତି କରିବା ପାଇଁ ଦଳରେ ଏକମତ ରହିଛି। ତେଣୁ ତାଙ୍କୁ ସଭାପତି ଘୋଷଣା କରିବାରେ ୱାର୍କିଙ୍ଗ କମିଟି ପାଖରେ କୌଣସି ସମସ୍ୟା ନାହିଁ। କଂଗ୍ରେସ ୱାର୍କିଙ୍ଗ କମିଟିରେ ୧୦ ଜଣ ମନୋନୀତ ଓ ୧୦ ଜଣ ର୍ନିବାଚିତ ସଦସ୍ୟ ଅଛନ୍ତି। ଏହାଛଡା କିଛି ନିମନ୍ତ୍ରିତ ସଦସ୍ୟ ମଧ୍ୟ କମିଟିରେ ଅଛନ୍ତି।

ସମ୍ବନ୍ଧିତ ଖବର