ଆସନ୍ତାକାଲି କନ୍ଧମାଳ ଆସିବେନି ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କନ୍ଧମାଳ ଆସିବେ ନାହିଁ। ରାହୁଲଙ୍କ ଗସ୍ତ ବାତିଲ ନେଇ ଏଆଇସିସି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ହେତୁ ଏଆଇସିସି ରାହୁଲ ଗାନ୍ଧୀଙ୍କ ଗସ୍ତକୁ ବାତିଲ କରିଥିବା ଜଣାପଡ଼ିଛି।

ଫୁଲବାଣୀ ଜନ ସମାବେଶରେ ମଙ୍ଗଳବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅସ୍ଥାୟୀ ଓଡ଼ିଶା ପ୍ରଭାରୀ ଟି.ଏସ ସିଂହଦେଓ ଯୋଗଦାନ କରିବେ। ତେଣୁକରି ଆପଣମାନେ ଏଠାରେ ଉପସ୍ଥିତ ରହିବେ ବୋଲି ମୋର ଆଶା ଓ ବିଶ୍ୱାସ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର