କୈଳାଶ ମାନସରୋବର ଯିବେ ରାହୁଲ, କର୍ଣ୍ଣାଟକ ନିର୍ବାଚନ ପରେ ମାଗିଲେ ୧୫ ଦିନିଆ ଛୁଟି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୈଳାଶ ମାନସରୋବର ଯାତ୍ରାରେ ଯିବେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେ ଏହି ଯାତ୍ରା କରିବାକୁ ଛୁଟି ମାଗିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦିାନରେ ଅନୁଷ୍ଠିତ କଂଗ୍ରେସର ‘ଜନ-ଆକ୍ରୋଶ ରାଲି’ରେ ରାହୁଲ ଏହା ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିଫଳ ହୋଇଛି।

ନିକଟରେ ହୋଇଥିବା ବିମାନ ଯାତ୍ରାକୁ ରାହୁଲ ମନେ ପକାଇଛନ୍ତି। ସେ କହିଛନ୍ତି, ବିମାନ ଅଚାନକ ୮ ହଜାର ଫୁଟ୍‌ ତଳକୁ ଖସିପଡ଼ିଥିଲା। ମୁଁ ଭାବିଥିଲି ବିମାନ ଗଲା। ସେହି ସମୟରେ ମୋର କୈଳାଶ ମାନସରୋବର ମନେପଡ଼ିଥିଲା। ଏବେ କିନ୍ତୁ ମୁଁ ଚାହୁଁଛି ୧୦ରୁ ୧୫ ଦିନ ପାଇଁ ଛୁଟି ନେବାକୁ ଚାହୁଁଛି। ଏହାଦ୍ୱାରା ମୁଁ କୈଳାଶ ମାନସରୋବର ଯାତ୍ରା କରିପାରିବି।

ସୂଚନାଯୋଗ୍ୟ କୈଳାଶ ମାନସରୋବର ଯାତ୍ରା ହିନ୍ଦୁ ଧର୍ମ ପାଇଁ କଠିନ ଯାତ୍ରା ବିବେଚନା କରାଯାଇଥାଏ। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଏକ ବଡ଼ ସନ୍ଦେଶ ଭାବରେ ଦେଖାଯାଉଛି।

ସମ୍ବନ୍ଧିତ ଖବର