ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକରେଙ୍କୁ ସାକ୍ଷାତ କଲେ ଏନସିପି ନେତା ଅଜିତ ପାଓ୍ଵାର

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାଓ୍ଵାର ଗତକାଲି ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ-ଆଳୋଚନା ମୁମ୍ବାଇର ଥିବା ଉଭୟଙ୍କର ଜଣେ ସାଧାରଣ ବନ୍ଧୁଙ୍କ ଘରେ ହୋଇଥିଲା। ଏହା ଆଲୋଚନା ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିଲା। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏ ଦୁଇ ନେତାଙ୍କ ସାକ୍ଷାତ-ଆଲୋଚନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଗତ ମଙ୍ଗଳବାର ଦିନ ଅଜିତ ପାଓ୍ଵାର ରାଜ ଠାକ୍‌ରେଙ୍କୁ ଏନସିପି ସହିତ ନିର୍ବାଚନୀ ମେଣ୍ଟ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଏହାପରେ ଏହି ସାକ୍ଷାତ ହୋଇଥିବା କୁହାଯାଉଛି।

କଂଗ୍ରେସ ଏମ୍‌ଏନଏସକୁ ମେଣ୍ଟରେ କିନ୍ତୁ ସାମିଲ୍‌ କରିବାକୁ ଚାହୁଁନାହିଁ। ଖାଲି ସେତିକି ନୁହେଁ ଏନସିପି ସୁପ୍ରିମୋ ଶରଦ ପାଓ୍ଵାର ମଧ୍ୟ କଂଗ୍ରେସ-ଏନସିପି ମହାମେଣ୍ଟରେ ଏମ୍‌ଏନ୍‌ଏସ୍‌କୁ ସାମିଲ କରିବାକୁ ଚାହୁଁ ନଥିବା କୁହାଯାଉଛି। ଏହା ପୂର୍ବରୁ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ ମଧ୍ୟ ରାଜ ଠାକ୍‌ରେଙ୍କୁ ଭେଟିଥିଲେ। ଏହାପରେ ଚର୍ଚ୍ଚା ଜୋର ଧରିଛି ଯେ ନାସିକ ଓ ମୁମ୍ବାଇର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଏନସିପି-ଏମ୍‌ଏନ୍‌ଏସ ମଧ୍ୟରେ ମେଣ୍ଟ ହେବ।

ସମ୍ବନ୍ଧିତ ଖବର