ଛତିଶଗଡ଼ରେ ବିଜେପିର ପରାଜୟ ପରେ ଇସ୍ତଫା ଦେଲେ ରମଣ ସିଂ

ରାୟପୁର : ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ରମଣ ସିଂ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଜନାଦେଶକୁ ସମ୍ମାନ କରୁଛନ୍ତି । ରାଜ୍ୟରେ ଦଳ ଯେତେବେଳେ ଜିତୁଥିଲା ସେତେବେଳେ ସେ ବାହାବା ନେଉଥିଲେ, ଏବେ ହାରିବା ପରେ ସେ ନିଜେ ତାହାର ଦାୟିତ୍ୱ ନିଜ ମୁଣ୍ଡକୁ ନେଉଛନ୍ତି । ସେ ଏହି ଅବସରରେ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି । ଛତିଶଗଡ଼ ନିର୍ବାଚନରେ ମୋଟ ୯୦ଟି ଆସନରୁ କଂଗ୍ରେସ ୬୩ଟି ଜିତିଥିବାବେଳେ ବିଜେପି ମାତ୍ର ୧୮ଟି ଆସନରେ ବିଜୟୀ ହୋଇଛି । ସେ ଲଗାତାର ୩ ଥର ପାଇଁ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ ।

ଅନ୍ୟପକ୍ଷରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିଠାରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୫ଟି  ଓ ବିଜେପି ୧୦୬ଟି ଆସନ ପାଇଛି । ରାଜସ୍ତାନରେ ମଧ୍ୟ କଂଗ୍ରେସ ୧୦୧ଟି ଓ ବିଜେପି ୭୩ଟି ଆସନ ପାଇଛି ବା ଆଗୁଆ ଅଛି । ତେବେ ନିର୍ବାଚନ ଆୟୋଗ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।

ସମ୍ବନ୍ଧିତ ଖବର