ନବୀନ ନିବାସରେ ବାଲେଶ୍ୱର ସାଂସଦଙ୍କ ବିରୋଧରେ ଫେରାଦ

ଭୁବନେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଅଞ୍ଚଳରୁ ବିଜେଡିର ଏକ ପ୍ରତିନିଧିଦଳ ନବୀନ ନିବାସରେ ପହଞ୍ଚି ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ବିରୋଧରେ ଫେରାଦ ଦେଇଛନ୍ତି। ଏହି ପ୍ରତିନିଧିଦଳ ବସ୍ତା ନିର୍ବାଚନ ମଣ୍ଡଳୀରେ ଉପୁଜିଥିବା ବିଜେଡିର ଗୋଷ୍ଠୀ କନ୍ଦଳ ସଂପର୍କରେ ଅବଗତ କରାଇଥିଲେ। ବିଜେଡିରୁ ରତେଇ ପଞ୍ଚାୟତର ସମିତି ସଦସ୍ୟ ମହେଶ୍ୱର ଜେନା ଏବଂ ୨୪ ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସତ୍ୟାନନ୍ଦ ମହାନ୍ତିଙ୍କୁ ସାଂସଦ ଆକ୍ରୋଶମୂଳକ ଭାବେ ନିଲମ୍ବନ କରିଥିବା ଦର୍ଶାଇ ସେମାନେ ଏହି ନିଲମ୍ବନ ପ୍ରତ୍ୟାହାର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ଏବଂ ଏ ସଂପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧିଦଳରେ ମହେଶ୍ୱର ଜେନା ଓ ସତ୍ୟାନନ୍ଦ ମହାନ୍ତିଙ୍କ ସମେତ ନିତ୍ୟାନନ୍ଦ ଜେନା, ଅନନ୍ତ ବିଶ୍ୱାଳ, ଜ୍ୟୋତିପ୍ରକାଶ ଭୂୟାଁ, ଭଗବାନ ଗିରି, ସରୋଜ ପାଢୀ, କାର୍ତ୍ତିକ ନାୟକ, ଜଗବନ୍ଧୁ ମଲ୍ଲିକ, ସୁଶାନ୍ତ ଗିରି, ରବୀନ୍ଦ୍ର ଟୁଙ୍ଗ, ସଚୀନ୍ଦ୍ର ଦାସ ପ୍ରମୁଖ ସାମିଲ ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର