ବିଜେଡି ଦଳୀୟ ପଦାଧିକାରୀ ସ୍ତରରେ ଅଦଳବଦଳ: ଦେବାଶିଷ ସାମନ୍ତରାୟ ହେଲେ କଟକ ଜିଲ୍ଲା ସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳରେ ମଙ୍ଗଳବାର ପଦାଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଦେବଶିଷ ସାମନ୍ତରାୟଙ୍କୁ ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି ଦେଇ କଟକ ଜିଲ୍ଲା ବିଜେଡିର ସଭାପତି ଭାବରେ ନିଯୁକ୍ତି କରାଯାଇଛି। ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇଡ଼ଚାର୍ଜ, ଚନ୍ଦ୍ରଶେଖର ସାହୁଙ୍କୁ ଉପ-ସଭାପତି, ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି କରାଯାଇଛି।

ସେହିଭଳି ଆଶିଷ ଚକ୍ରବର୍ତ୍ତିୀଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇ ଥିବା ବେଳେ ସସ୍ମିତ ପାତ୍ରଙ୍କୁ ଦଳର ସଂଖ୍ୟାଲଘୁ ବ୍ୟାପାର ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର