ସୁଶୀଲ ମୋଦିଙ୍କୁ ଆକ୍ରମଣ କରିବାକୁ ତେଜ ପ୍ରତାପଙ୍କ ଚେତାବନୀ

ଔରଙ୍ଗାବାଦ: ବିହାରରେ କ୍ଷମତାରୁ ଓହରିବା ପରେ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ୨ ପୁଅ କ୍ଷମତାଶାଳୀ ଜନତା ଦଳ ୟୁନାଇଟେଡ ଓ ଭାରତୀୟ ଜନତା ଦଳକୁ ବାରମ୍ବାର ଆକ୍ରମଣାତ୍ମକ ବିବୃତ୍ତି ଦେଉଛନ୍ତି। ଲାଲୁ ଯାଦବ, ତାଙ୍କର ପୁଅ ତେଜ ପ୍ରତାପ ଓ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରୁଛନ୍ତି। ଏ ବାବଦରେ ବଡ଼ ପୁଅ ତେଜ ପ୍ରତାପ ଯାଦବ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ତେଜ ପ୍ରତାପ ଯାଦବ ଏକ ସଭାରେ ସୁଶୀଲ ମୋଦିଙ୍କୁ ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି। ତେଜ ପ୍ରତାପ କହିଛନ୍ତି, ସେ ଘରକୁ ପଶି ଆକ୍ରମଣ କରିବେ। ଔରଙ୍ଗାବାଦରେ ଏକ ସଭାରେ କହିଛନ୍ତି, ସୁଶୀଲ ମୋଦି ନିଜର ପୁଅ ଉତ୍କର୍ଷ ମୋଦିଙ୍କ ବିବାହର ନିମନ୍ତ୍ରଣ ଦେବା ପାଇଁ ଫୋନ୍‌ କରିଥିଲେ। ଯଦି ସେ ମୋତେ ଡାକିଥାନ୍ତେ, ସେଠାରେ କିଛି ଅଘଟଣ ଘଟିଥାନ୍ତା।

ସୁଶୀଲ ମୋଦିଙ୍କ ଘରକୁ ପଶି ଆକ୍ରମଣ କରିବା ପାଇଁ ତେଜ ପ୍ରତାପ କହିଛନ୍ତି। ତେଜ ପ୍ରତାପ ମଞ୍ଚରେ କହିଛନ୍ତି, ଆମେ କହି ରଖୁଛେ, ଘରକୁ ପଶି ଆକ୍ରମଣ କରିବୁ। ଆମେ ଅଟକିବା ଲୋକ ନୁହେଁ। ଆମେ ବିବାହ ବେଳେ ସଭା କରିବା ସହିତ ଭଙ୍ଗାରୁଜା କରିବୁ। ଆମେ କାହାରିକୁ ଡରିବା ଲୋକ ନାହୁଁ ବୋଲି ତେଜ ପ୍ରତାପ କହିଛନ୍ତି।

ସମ୍ବନ୍ଧିତ ଖବର