ଆର୍‌ଜେଡିର ମୁଖ୍ୟ ଲାଲୁଙ୍କ ପୁଅ ତେଜ୍‌ ପ୍ରତାପଙ୍କୁ ଚାପୁଡ଼ା ମାରିଲେ ୧ କୋଟି ଟଙ୍କା ପୁରସ୍କାର ମିଳିବ !

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କୁ ଯିଏ ଚାପୁଡ଼ା ପକାଇବ ତାକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ବିହାର ପ୍ରଦେଶ ବିଜେପିର ମିଡିଆ ଇନ୍‌ଚାର୍ଜ ଅନିଲ୍‌ ସାହାନି।

ବିହାରର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କୁ ମାଡ଼ ମାରିବେ ବୋଲି କହି ବିବାଦରେ ଛନ୍ଦି ହୋଇଛନ୍ତି ଆର୍‌ଜେଡିର ନେତା ତେଜ୍‌ ପ୍ରତାପ ଯାଦବ । ସୂଚନା ଅନୁଯାୟୀ, ଗତ ଡ଼ିସେମ୍ବର ୩ରେ ଉପମୁଖ୍ୟମନ୍ତ୍ରୀ ସୁଶିଲ୍‌ କୁମାର ମୋଦିଙ୍କ ପୁଅର ବିବାହ ସମୟରେ ତେଜ୍‌ ପ୍ରତାପ ଯାଦବ ତାଙ୍କୁ ମାରିବା ପାଇଁ ଧମକାଇ ଥିଲେ । ସେ କହିଥିଲେ-ଆମେ ଘରେ ପଶି ମାରିବୁ।’ ଏହାର ଭିଡ଼ିଓ ଏବେ ଲିକ୍‌ ହେବା ପରେ ବିଜେପରି ମିଡ଼ିଆ ଇନ୍‌ଚାର୍ଜ ଅନିଲ୍‌ ସହାନି ମୁହଁ ଖୋଲିଛନ୍ତି । ସେ କହିଛନ୍ତି “ଯେ ପର୍ଯ୍ୟନ୍ତ ସେ କ୍ଷମା ନ ମାଗିଛନ୍ତି ଆମେ ତାଙ୍କ ଘର ଆଗରେ ଆନ୍ଦୋଳନ ଜାରି ରଖିବୁ । ଯିଏ ବି ତାଙ୍କୁ ଯାଇ ଚାପୁଡ଼ା ମାରିବ ତାକୁ ୧କୋଟି ଟଙ୍କା ପୁରସ୍କାର ଦିଆଯିବ।” ଅନ୍ୟ ପକ୍ଷରେ ବିଜେପିର ପ୍ରବକ୍ତା ସୁରେଶ ରଙ୍ଗ୍‌ତା କହିଛନ୍ତି କି ଅନିଲ୍‌ ଯାହା ବି ମତ ଦେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ, ସେଥିରେ ବିଜେପିର କିଛି ସଂପର୍କ ନାହିଁ। ତାଙ୍କର ଏଭଳି ମତ ପାଇଁ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି ।

ସମ୍ବନ୍ଧିତ ଖବର