ଆଜି ସବୁ ଜିଲ୍ଲାରେ ଦୀପ ଦାନ କରିବ ବିଜେପି

ଭୁବନେଶ୍ୱର : କଟକ ବଡ଼ ମେଡିକାଲ୍‌ରେ ସାଲେପୁର ପୀଡ଼ିତା ଜୀବନ ସହ ସଂଗ୍ରାମ କରୁଛନ୍ତି। ଗତକାଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭେଟିଥିଲେ। ଆସନ୍ତାକାଲି ଏହି ଘଟଣାର ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମସ୍ତ ଜିଲ୍ଲାର ସଦର ମହକୁମାରେ ସମୂହ ଦୀପଦାନ କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର