ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

0 820

ଭୋପାଳ: ମଧ୍ୟପ୍ରଦେଶ  ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୧୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶରେ ସମୁଦାୟ ୨୩୦ ଆସନ ରହିଥିବା ବେଳେ ଲଗାତର ୩ ଥର ହେଲା ଶାସନ କ୍ଷମତାରେ ରହି ଆସିଛି ବିଜେପି।

ଗତ ସପ୍ତାହରେ ଦଳ ପକ୍ଷରୁ ୧୭୭ ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ପାରମ୍ପରିକ ଭାବେ ନିଜ ନିର୍ବାଚନ ମଣ୍ଡଳି ବୁଦ୍ଧନିରୁ ଲଢ଼ିବେ। ସେ ୨୦୦୫ ମସିହାରୁ ସେ ଏହି ନିର୍ବାଚନ ମଣ୍ଡଳିରୁ ଲଢ଼ି ଆସୁଛନ୍ତି। ମନ୍ତ୍ରୀ ନରୋତ୍ତମ ମିଶ୍ର, ଜୟନ୍ତ ମଲାୟା ଏବଂ ଯଶୋଧାରା ରାଜେ ଯଥାକ୍ରମେ ଦାଦିଆ, ଦମୋହ ଏବଂ ଶିବପୁରୀରୁ ନିର୍ବାଚନ ଲଢ଼ିବେ।

ମଧ୍ୟପ୍ରଦେଶ ସହର ବିକାଶ ମନ୍ତ୍ରୀ ମାୟା ସିଂହ, ଜଙ୍ଗଲ ବିଭାଗ ମନ୍ତ୍ରୀ ଗୌରୀ ଶଙ୍କର ସେଜ୍‌ଓ୍ଵାର ଓ ଜଳ ସଂପଦ ମନ୍ତ୍ରୀ ହରସ ସିଂହଙ୍କୁ ଏଥର ଦଳ ଟିକେଟ ଦେଇନାହିଁ । ତେବେ ସାଞ୍ଚି ନିର୍ବାଚନ ମଣ୍ଡଳୀରୁ  ସେଜ୍‌ଓ୍ଵାରଙ୍କ ବଦଳରେ ତାଙ୍କ ପୁଅ ମୁଦିତ୍‌ ସେଜଓ୍ଵାରଙ୍କୁ ଲଢ଼ିବା ପାଇଁ ସୁଯୋଗ ମିଳିଛି। ସେହିପରି ରାମପୁର-ବାଘେଲନରୁ ଲଢୁଥିବା ହରସ ସିଂହଙ୍କ ସ୍ଥାନରେ ତାଙ୍କ ପୁଅ ବିକ୍ରମ ସିଂହଙ୍କୁ ଟିକଟ ମିଳିଛି। ତାଲିକାରୁ ନାମ କଟାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଗୋଓ୍ଵାଲିୟର୍‌ ପୂର୍ବ ନିର୍ବାଚନ ମଣ୍ଡଳୀରୁ ୨୦୧୩ ମସିହାରୁ ନିର୍ବାଚିତ ହୋଇଥିବା ମାୟା ସିଂହ ମଧ୍ୟ ଅଛନ୍ତି। ସେ ପୂର୍ବତନ ଗୋଓ୍ଵାଲିୟର ଡେପୁଟି ମେୟର୍‌ ଥିବା ସହ ବିଜେପିର ମହିଳା ଶାଖାର ଜାତୀୟ ଅଧ୍ୟକ୍ଷା ଥିଲେ।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଡିସେମ୍ବର ୭ ତାରିଖରେ ହେବ। ଫଳାଫଳ ଡିସେମ୍ବର ୧୧ ତାରିଖରେ ଘୋଷଣା କରାଯିବ। ଗତ ନିର୍ବାଚନରେ ବିଜେପି ୧୬୫ଟି ନିର୍ବାଚନ କ୍ଷେତ୍ରରେ ଆସନ ହାସଲ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.