ଶୀଲା ଦୀକ୍ଷିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ଦିଲ୍ଲୀ କଂଗ୍ରେସର ମୁଖ୍ୟ ନିଯୁକ୍ତ କରାଯାଇଛି । ଅଜୟ ମାକେନ ନିଜ ପଦର ଇସ୍ତଫା ଦେବା ପରେ ଶୀଲାଙ୍କୁ ଏହି ଦାୟିତ୍ୱ ମିଳିଛି ।  ଶୀଲାଙ୍କ ନେତୃତ୍ୱରେ ଦଳ ଆଗାମୀ ଲୋକସଭା ନିର୍ବାଚନ ଲଢିବ । ଗତ ସପ୍ତାହରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଜୟ ମାକେନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ପଦକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା ।

୮୦ ବର୍ଷୀୟା ଶୀଲା ଦୀକ୍ଷିତ ପୂର୍ବରୁ ଲଗାତାର ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ସମୟରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚାଲିବା ସହ ଅନେକ ଭିତ୍ତିଭୂମି ବିକାଶ କାର୍ଯ୍ୟ ହୋଇଥିଲା । ତାଙ୍କ ନିଯୁକ୍ତିକୁ ଅଜୟ ମାକେନ ସ୍ୱାଗତ କରି କହିଛନ୍ତି, ଯେ ସିଲାଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ନିର୍ବାଚନରେ ବିଜେପି ଓ ଆପକୁ କଡ ଟକ୍କର ଦେବ ।

ସମ୍ବନ୍ଧିତ ଖବର