ନୂଆ ଦଳ ଗଢ଼ି ସମାଜବାଦୀ ପାର୍ଟି ସଦସ୍ୟଙ୍କୁ ଡାକୁଛନ୍ତି ଶିବପାଲ ଯାଦବ

ନୂଆଦିଲ୍ଲୀ: ବିଦ୍ରୋହୀ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ବୁଧବାର ଦିନ କହିଛନ୍ତି ଯେ ସେ ‘ସମାଜବାଦୀ ସିକ୍ୟୁଲାର୍‌ ମୋର୍ଚ୍ଚ’ ନାମରେ ନୂଆ ମୋର୍ଚ୍ଚାଟିଏ ଗଢ଼ିଛନ୍ତି। ଯେଉଁମାନେ ସମାଜବାଦୀ ପାର୍ଟିରେ ସମ୍ମାନ ପାଉ ନାହାନ୍ତି, ସେମାନେ ଏଥିରେ ଯୋଗ ଦେବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି।

ପୁତୁରା ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଦ୍ୱାରା ଉପେକ୍ଷିତ ଶିବପାଲ କହିଛନ୍ତି: ଏଭଳି ଅନ୍ୟାନ୍ୟ ଦଳଗୁଡ଼ିକୁ ମଧ୍ୟ ଆମେ ଏକତ୍ର କରିବୁ।

ତିନି ଦିନ ତଳେ ଶିବପାଲ କହିଥିଲେ କି ଦଳର କୌଣସି ଦାୟିତ୍ୱ ଦିଆଯିବ ବୋଲି ସେ ଅପେକ୍ଷା କରିଛନ୍ତି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି: ଗତ ଦେଢ଼ ବର୍ଷ ଧରି ମୁଁ ଅପେକ୍ଷା କଲି, କିନ୍ତୁ ଏପର୍ଯ୍ୟନ୍ତ ଦଳ ମୋତେ କୌଣସି ଦାୟିତ୍ୱ ଦେଇ ନାହିଁ।
ଆମେ ଯଦି ଏକାଠି ନିର୍ବାଚନ ଲଢ଼ିବୁ ଏଇଟା ସାଧାରଣ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ପ୍ରକାରାନ୍ତରେ ସେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶଙ୍କୁ ଇସାରା କରି କହିଛନ୍ତି।

କିନ୍ତୁ, ପ୍ରାୟ ଦେଢ଼ ବର୍ଷ ବିତି ସାରିଲାଣି, ଆଉ କେତେ ଦିନ ଉପେକ୍ଷିତ ହୋଇ ରହିବି? ବୋଲି ଯାଦବ କହିଛନ୍ତି।

ମୋର ଇଚ୍ଛା ଆଗାମୀ ଲୋକସଭା ନିର୍ବାଚନ ଆମେ ଏକତ୍ର ଲଢ଼ିବା ଉଚିତ।

ମୁଁ ସବୁବେଳେ ନେତାଜୀଙ୍କୁ (ତାଙ୍କ ଭାଇ ମୁଲାୟମ୍‌ ସିଂହ ଯାଦବ) ସମ୍ମାନ ଦେଇ ଆସିଛି ଏବଂ ତାଙ୍କ ସାଙ୍ଗରେ ରହିଛି। କିନ୍ତୁ, ତାଙ୍କୁ ସମ୍ମାନ ଦେଉ ନ ଥିବା ବ୍ୟକ୍ତି ତାଙ୍କୁ ସମ୍ମାନ ଦେବା ଉଚିତ ବୋଲି ଶିବପାଲ କହିଛନ୍ତି।

ସମ୍ବନ୍ଧିତ ଖବର