ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ କଶ୍ମୀରର ଏକ-ତୃତୀୟାଂଶ ପାକିସ୍ତାନ ପାଖରେ ନଥାନ୍ତା: ଶିବରାଜ ସିଂହ ଚୌହାନ

ଭୋପାଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ କଂଗ୍ରେସ କେବେ ବି ସମ୍ମାନ ଦେଇ ନାହିଁ। ଯେଉଁ ମହାନ ନେତା ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ, କଂଗ୍ରେସ ତାଙ୍କୁ ହିଁ ଭୁଲି ଯାଇଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ଆଜି ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭବ୍ୟ ପ୍ରତିମା ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ବିଶ୍ୱର ଏହି ସବୋର୍ଚ୍ଚ ପ୍ରତିମା ହିଁ ପଟେଲଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ ଏକ କାର୍ଯ୍ୟକ୍ରମରେ କହିଛନ୍ତି।

ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶିବରାଜ କହିଛନ୍ତି, ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ, ପାକିସ୍ତାନ ପାଖରେ କଶ୍ମୀରର ଏକ ତୃତୀୟାଂଶ ଭୂମି ନଥାନ୍ତା। ଯଦି କଶ୍ମୀର ଜବାହରଲାଲ ନେହରୁଙ୍କ ସ୍ଥାନରେ ସର୍ଦ୍ଦାର ପଟେଲଙ୍କ ହାତରେ ରହିଥାନ୍ତା, ପାକିସ୍ତାନରେ ଏକ-ତୃତୀୟାଂଶ ହୋଇ ନଥାନ୍ତା। ଏହା ଭାରତ ପାଇଁ ଦୁର୍ଭାଗ୍ୟର ବିଷୟ ଯେ, ସର୍ଦ୍ଦାର ପଟେଲ ଦେଶର ପ୍ରଧାନମନ୍ତ୍ରୀ ହୋଇ ନଥିଲେ। କଂଗ୍ରେସ ପଟେଲଙ୍କ ପାଇଁ କ’ଣ କରିଛି, ତାକୁ ୨ୟ ଥର କହିବା ଆବଶ୍ୟକ ପଡୁନାହିଁ।

ସୂଚନାଯୋଗ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନର୍ମଦା ଘାଟରେ ନିିର୍ମିତ ୧୮୨ ମିଟର ଉଚ୍ଚ ପ୍ରତିମାକୁ ଉନ୍ମୋଚନ କରିଛନ୍ତି। ଏହି ମୂର୍ତ୍ତି ହେଉଛି ବିଶ୍ୱର ସର୍ବୋଚ୍ଚ, ଯାହାକି ଆମେରିକାର ଷ୍ଟ୍ୟାଚ୍ୟୁ ଅଫ୍‌ ଲିବର୍ଟି ଠାରୁ ୨ ଗୁଣ ଉଚ୍ଚ।

ସମ୍ବନ୍ଧିତ ଖବର