ଶିବରାଜଙ୍କ ମୁର୍ସିଦାବାଦ ରାଲି ବାତିଲ, ବିଜେପି କିହଲା-ପଶ୍ଚିମବଙ୍ଗ ସରକାର ଦେଲେନି ହେଲିକପ୍ଟର ଅବତରଣ ଲାଗି ଅନୁମତି

କୋଲକାତା: ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ଶାଖା ବୁଧବାର କହିଛି, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମୁର୍ସିଦାବାଦ ରାଲି ବାତିଲ ହୋଇଛି। ପଶ୍ଚିମବଙ୍ଗ ସରକାର ଶିବରାଜଙ୍କ ହେଲିକପ୍ଟର ଅବତରଣକୁ ଅନୁମତି ଦେଇ ନଥିବାରୁ ଏହି ରାଲି ବାତିଲ କରିଦିଆଯାଇଛି। ବିଜେପିର ଉପାଧ୍ୟକ୍ଷ ଚୌହାଣଙ୍କ ପ୍ରସ୍ତାବିତ ୨ଟି ରାଲିରେ ସାମିଲ ହେବାର ଥିଲା। ଗୋଟିଏ ରାଲି ମୁର୍ସିଦାବାଦ ଜିଲ୍ଲାର ବ୍ରହ୍ମପୁରରେ ଥିବା ବେଳେ ଅନ୍ୟଟି ମେଦିନାପୁର ଜିଲ୍ଲାର ଖଡ଼ଗପୁର ଠାରେ ହେବାର ଥିଲା।

ବିଜେପିର ରାଜ୍ୟ ଶାଖା ମହାସଚିବ ସାୟତନ ବସୁ କହିଛନ୍ତି, ଆମେ ରାଲିକୁ ଆଜି ବାତିଲ କରିଛୁ। ମୁର୍ସିଦାବାଦର ବ୍ରହ୍ମପୁରରେ ହେଲିକପ୍ଟର ଅବତରଣକୁ ଅନୁମତି ମିଳି ନଥିଲା।

ବସୁ କହିଛନ୍ତି, ତୃଣମୂଳ କଂଗ୍ରେସ ହେଲିକପ୍ଟର ଅବତରଣ ଅନୁମତି ନଦେଇ ବିଜେପିର ରାଲିକୁ ଅଟକାଇ ପାରିବ ନାହିଁ। ଏହା ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ ତଥା ଅନ୍ୟ ନେତାଙ୍କ ରାଲି ଲାଗି ହେଲିକପ୍ଟର ଅବତରଣ ପାଇଁ ଅବତରଣ ପାଇଁ ଅନୁମତି ଦିଆଯାଇ ନଥିଲା। ଏହା ଆମ ପାଇଁ ନୂଆଁ ଘଟଣା ନୁହେଁ।

ସମ୍ବନ୍ଧିତ ଖବର