କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଜାତୀୟ ରାଜନୀତି ସରଗରମ

୨୦୧୯ ପୁର୍ବରୁ ମୋଦି ଓ ମୋଦି ଲହରକୁ ନେଇ ଶିବସେନାର ବଡ ହମଲା । ୨୦୧୪ ଭଳି ଦେଶରେ ଆଉ ମୋଦି ଲହର ନାହିଁ । ଏପରି ବୟାନ ଦେଇ ଜାତୀୟ ରାଜନୀତିକୁ ସରଗରମ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ । ଏଥିସହ ରାମ ମନ୍ଦିର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । କହିଛନ୍ତି ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହେଲେ ଅଛେ ଦିନ ଭଳି ରାମ ମନ୍ଦିର ପ୍ରତିଶ୍ରୁତିକୁ ମଧ୍ୟ ଜୁମଲା କୁହାଯିବ ।

କମୁଛି ମୋଦିଙ୍କ ଲୋକପ୍ରିୟତା ? ଦଶହରାରେ ତେଜିଲା ରାମ ମନ୍ଦିର ତାତି । ଦଶହରା ରାଲିରେ ମୋଦିଙ୍କୁ ଶିବସେନାର ଟାର୍ଗେଟ । ୨୦୧୯ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା ଶିବସେନା । ଦେଶରେ ୨୦୧୪ ଭଳି ଆଉ ମୋଦି ଲହର ନାହିଁ । ଦଳର ଦଶହରା ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ପାର୍ଟି ପ୍ରମୁଖ ଉଦ୍ଧବ ଠାକରେ । ଏଥିସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳର କର୍ମୀଙ୍କୁ ଠାକରେ କହିଛନ୍ତି । ପୂର୍ବରୁ ଦଳର ବାର୍ଷିକ ସମ୍ମିଳନୀରେ ଶିବସେନା ଆଗାମୀ ନିର୍ବାଚନ ଏକାକି ଲଢିବାକୁ ଘୋଷଣା କରିସାରିଛି । ଉଦ୍ଧବ ଠାକରେଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ ନକଭୀ ।

ଶିବସେନାର ଦଶହରା ରାଲିରେ ରାମ ମନ୍ଦିର ପ୍ରସଙ୍ଗ ଉଠାଇଥିଲେ ଉଦ୍ଧବ ଠାକରେ । କହିଥିଲେ ଆସନ୍ତା ୨୫ରେ ଅଯୋଧ୍ୟା ଯିବେ ସେଠାରେ ମୋଦିଙ୍କୁ ପଚାରିବେ ରାମ ମନ୍ଦିର କାହିଁକି ହୋଇପାରିଲାନି । ଏଥିସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ରାମ ମନ୍ଦିର ନେଇ ଶୀଘ୍ର ନିଷ୍ପତି ନ ନେଲେ ‘ଅଛେ ଦିନ’, ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଭଳି ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତିକୁ ମଧ୍ୟ ଜୁମଲା କହିବାକୁ ପଡିବ । ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ଜେଡିୟୁ ନେତା ପବନ କୁମାର ।

କେନ୍ଦ୍ର ସରକାର ନକଲେ ହିନ୍ଦୁବାଦିମାନେ ମିଳିମିଶି ମନ୍ଦିର ନିର୍ମାଣ କରିବେ ବୋଲି ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକରେ । ସେହିପରି ମହାରାଷ୍ଟ୍ରରେ କେବଳ ହିନ୍ଦୁତ୍ୱ ପାଇଁ ସରକାରରେ ଥିବା ସେ କହିଛନ୍ତି । ଏନଡିଏର ସହଯୋଗୀ ଦଳ ଶିବସେନାର ଏପରି ବୟାନ ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି ।

ସମ୍ବନ୍ଧିତ ଖବର