ଜାତୀୟ ଅଭିବୃଦ୍ଧି ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ: ଅମର ପଟ୍ଟନାୟକ

ଭୁବନେଶ୍ୱର: ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଛି। ଜାତୀୟ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ଓଡ଼ିଶାର ୮.୨ ରହିଛି ବୋଲି ବୁଧବାର ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି। ଜାତୀୟ ଅର୍ଥନୀତି ନିମ୍ନଗାମୀ ଓ ରାଜ୍ୟନୀତି ଅଭିବୃଦ୍ଧି ପ୍ରସଙ୍ଗରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ପଟ୍ଟନାୟକ କହିଛନ୍ତି, ୨୦୧୩-୧୪ ଠାରୁ ଆଜିଯାଏଁ ଜାତୀୟ ହାର ଠାରୁ ରାଜ୍ୟ ଅଭିବୃଦ୍ଧି ଅଧିକ ରହିଛି। ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶା ଅର୍ଥନୀତି ହାର ଅଧିକ ରହିଛି।

ସମ୍ବନ୍ଧିତ ଖବର